FeaturedLatestNews

ଓଡ଼ିଶାରେ ଓପିଏସ୍‌ ଅଧିକାରୀଙ୍କ ବଦଳି, ୧୯ ଜଣ ଅତିରିକ୍ତ ଏସ୍‌ପିଙ୍କୁ ନୂତନ ଦାୟିତ୍ୱ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ପୋଲିସ ସର୍ଭିସ୍ (ଓପିଏସ୍) ସ୍ତରରେ ଏକ ବୃହତ୍ ବଦଳି କାର୍ଯ୍ୟକରି ମୋଟ ୧୯ ଜଣ ଅତିରିକ୍ତ ପୋଲିସ୍ ଅଧୀକ୍ଷ (ଏସ୍‌ପି)ଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି । ଏହି ବଦଳିରେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ୱାଇଁଙ୍କୁ ତାଳଚେର ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି ।

ବରଗଡ଼ ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳ ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି । ଏସ୍‌ଓଜି ଅତିରିକ୍ତ ଏସ୍‌ପି ଅମିତ କୁମାର ପଣ୍ଡା ବଲାଙ୍ଗିର ଏଏସ୍‌ପି (IUCAW) ହୋଇଛନ୍ତି । ରାୟଗଡ଼ା ଅତିରିକ୍ତ ଏସ୍‌ପି (IUCAW) ସ୍ବସ୍ତିକ ପଣ୍ଡା ଏବେ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛନ୍ତି । ବରଗଡ଼ ଅତିରିକ୍ତ ଏସ୍‌ପି (ଡିଆଇବି) ସୌରଭ ଓଟ୍ଟା କଟକ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ।

କେତେକ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ଏଥିରେ ବାଲେଶ୍ୱର ଅତିରିକ୍ତ ଏସ୍‌ପି (ଡିଆଇବି) ଅଶ୍ୱିନୀ କୁମାର ନାୟକ, ଇଓଡବ୍ଲୁର ଅତିରିକ୍ତ ଏସ୍‌ପି ସସ୍ମିତା ସାହୁ ଏବଂ କେନ୍ଦୁଝର ଅତିରିକ୍ତ ଏସ୍‌ପି ହରପ୍ରିୟା ନାୟକ ଅନ୍ତର୍ଭୁକ୍ତ ।

ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଦେବଜିତ ଭଟ୍ଟାଚାର୍ଯ୍ୟଙ୍କୁ ବାଲେଶ୍ୱର ବଦଳି କରାଯାଇଛି । ପ୍ରଦୀପ କୁମାର କ୍ଷେତ୍ରୀ ବରଗଡ଼ ବଦଳି ହୋଇଛନ୍ତି । ଅତିରିକ୍ତ ଏସ୍‌ପି ଆକାଶ ଚନ୍ଦ୍ର ସାହୁ ଭୁବନେଶ୍ୱର ପୋଲିସ ଏକାଡେମୀକୁ ସ୍ଥାନାନ୍ତରିତ ହୋଇଛନ୍ତି । କଟକ ଅତିରିକ୍ତ ଏସ୍‌ପି (ସିଆଇଡି) ସତ୍ୟବିକାଶ ଭୂଆଁ ଭଦ୍ରକ ବଦଳି ହୋଇଛନ୍ତି, ଯେଉଁଠାରେ ପୂର୍ବତନ ଅଧିକାରୀ ଅଂଶୁମାନ ଦ୍ୱିବେଦୀ ରାୟଗଡ଼ା ଅତିରିକ୍ତ ଏସ୍‌ପି ହୋଇଛନ୍ତି । କନ୍ଧମାଳ ଅତିରିକ୍ତ ଏସ୍‌ପି ସ୍ନେହାସିସ ସାହୁ କେନ୍ଦୁଝର ବଦଳି ହୋଇଛନ୍ତି ଏବଂ ସମ୍ବଲପୁର ଅତିରିକ୍ତ ଏସ୍‌ପି ପ୍ରକାଶ ଜେମ୍ସ ଟପ୍ପୋ ରାଉରକେଲା ବଦଳି ହୋଇଛନ୍ତି ।