ଫେବ୍ରୁଆରି ୧୫ରୁ ୨୫ ମଧ୍ୟରେ ହେବ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ସମିତି ଘୋଷଣା କରିଛନ୍ତି ଯେ ଫେବ୍ରୁଆରି ମାସର ୧୫ ତାରିଖରୁ ୨୫ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ସୁଦ୍ଧା ନିଜ ନିଜର ଆଡମିଟ୍ କାର୍ଡ ପାଇବେ।
ପରୀକ୍ଷା ସମ୍ବନ୍ଧିତ ଅନ୍ୟାନ୍ୟ ତାରିଖଗୁଡିକ ମଧ୍ୟ ଘୋଷଣା କରାଯାଇଛି। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ତାରିଖ ମଧ୍ୟରେ ହେବାର ନିର୍ଣ୍ଣୟ ନିଆଯାଇଛି। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ପରୀକ୍ଷା ଦେଇପାରିବେ ନାହିଁ, ସେମାନଙ୍କ ପାଇଁ ଜାନୁଆରି ୧୦ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ସୁଯୋଗ ରହିବ। ଏଣେ ଜାନୁଆରି ୨ ତାରିଖରୁ ୧୫ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।
ଫର୍ମ ପୂରଣ ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି। ଏକ୍ସ ରେଗୁଲାର ଫର୍ମ ଫିଲ୍ଅପ୍ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏଁ ଚାଲିବ। ଅନ୍ୟପକ୍ଷରେ, ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ଫିଲ୍ଅପ୍ ଅକ୍ଟୋବର ୨୦ରୁ ନଭେମ୍ବର ୨୨ ତାରିଖ ମଧ୍ୟରେ ଗ୍ରହଣ କରାଯିବ।
ଏଥର ୧୩୪୯ଟି ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିମଧ୍ୟରୁ ୮୯ଟି ନୂତନ ପରୀକ୍ଷା କେନ୍ଦ୍ର ଅପଗ୍ରେଡ ବିଦ୍ୟାଳୟରେ ରଖାଯାଇଛି। ନଭେମ୍ବର ୨୯ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ସଜ୍ଜିତ କରାଯିବ। ଏବଂ ଏଥରରୁ ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବାର ନିଷ୍ପତ୍ତି ନିଆଯାଇଛି।
