BusinessFeaturedLatestNews

ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢାଉ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରସ୍ଥିତ ଉତ୍କଳ ବିଲ୍‌ଡର୍ସର କାର୍ଯ୍ୟାଳୟଗୁଡ଼ିକରେ ଆୟକର ବିଭାଗର ଛାନଭିନି ଜାରି ରହିଛି। ଆଜି ବୁଧବାର ବିଲଡର ସଂସ୍ଥାଟିର ଭୁବନେଶ୍ୱର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ହଠାତ୍ ଭୋର ୪ଟା ବେଳେ ଆୟକର ଟିମ୍ ପହଞ୍ଚି ଚଢାଉ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଏହି ଚଢାଉ କାର୍ଯ୍ୟ ମୋଟ ୧୪ଟି ସ୍ଥାନରେ ଏକାସାଙ୍ଗରେ ଚାଲିଛି। ଏହି କାର୍ବାରିକ ସଂସ୍ଥା ଉପରେ ପ୍ରାୟ ୧୦୦ କୋଟି ଟଙ୍କାର ଟିକସ ଠକେଇର ଅଭିଯୋଗ ରହିଛି, ଯାହାକୁ ଲକ୍ଷ୍ୟ କରି ଆୟକର ବିଭାଗ ଏହି ବିଶେଷ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛି। ଏହି ଛାନଭିନି କାର୍ଯ୍ୟରେ ୧୨୦ ଜଣ ଅଧିକାରୀ ନିୟୋଜିତ ଅଛନ୍ତି।

ଚଢାଉ ଟିମ୍ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ପ୍ରସନ୍ନ କୁମାର ବେହେରାଙ୍କୁ ଅଟକ ରଖି କଠୋର ପଚାରାପଚି କରୁଛନ୍ତି। ସେହିଭଳି ସଂସ୍ଥାର ପାର୍ଟନର ପ୍ରକାଶ ଭୋରାଙ୍କୁ ମଧ୍ୟ ଟିକସ ଫାଙ୍କିବା ବିଷୟରେ ପଚରାଉଚରା ଚାଲିଛି। ଆୟକର ଅଧିକାରୀମାନେ ବସ୍ତା ବସ୍ତା କାଗଜପତ୍ର ଏବଂ ଗୁରୁତ୍ଵପୂର୍ଣ୍ଣ ଦଲିଲପତ୍ର ଜବତ କରିଛନ୍ତି। ସକାଳୁ ଆରମ୍ଭ ହୋଇଥିବା ଏହି ଚଢାଉ କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଛି।