FeaturedLatestNewsPolitics

ନୂଆପଡା ଉପନିର୍ବାଚନ ନେଇ ବିଜେଡିର PAC ବୈଠକ: ଭୋଟିଂ ଅନିୟମିତତା ଆଭିଯୋଗ

ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ର ରାଜନୈତିକ କାର୍ଯ୍ୟ ସମିତି (PAC) ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୂଆପଡା ଉପନିର୍ବାଚନ ଫଳାଫଳ ଓ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ଏହା ଏକ ଅନ୍ତରୀଣ ଆଲୋଚନା ଥିଲା। ନୂଆପଡାରେ ହାରିବା ଜିତିବା ଅଲଗା କଥା, ମାତ୍ର ଲୋକ ସବୁଦିନ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ସ୍ୱର ହୋଇ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବାକୁ ନେତା ନବୀନ ପଟ୍ଟନାୟକ ଦଳକୁ ପରାମର୍ଶ ଦେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସମସ୍ତେ ଜାଣିଥିଲେ ନୂଆପଡା ଆସନ ନିମନ୍ତେ କ୍ଲୋଜ ଫାଇଟ୍ ହେବ। ନିର୍ବାଚନୀୟ ସାଇଲେନ୍ସ ପିରିଅଡ୍ ସମୟରେ ବିରୋଧୀ ଦଳ ତଡାଗଲା ମଧ୍ୟ ଶାସକ ଦଳ ରହିଥିଲା।

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ଗୁରୁତ୍ୱପୂର୍ଣ୍ଣ ଆଭିଯୋଗ କରିଛି। ଦଳ କହିଛି ଯେ ସମୁଦାୟ ୮୩% ଭୋଟିଂ ହୋଇଥିବା ବେଳେ ୪୧ଟି ବୁଥରେ ୯୧%ରୁ ଅଧିକ ଭୋଟ ହୋଇଥିବା ଦେଖାଯାଇଛି। ଏହି ବୁଥଗୁଡିକର ଫଳାଫଳ ଆସିବା ପରେ ସ୍ଥାନୀୟ ଲୋକେ ହିଁ ଆଭିଯୋଗ କରିଥିଲେ। ଦେବୀ ମିଶ୍ର କହିଛନ୍ତି ଯେ ଏହାର ଏକ ରିପୋର୍ଟ ଦାଖଲ କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି ଦାବି କରିଛି ଯେ ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ହେବା ଜରୁରୀ। ୨୦୨୪ ନିର୍ବାଚନ ମଧ୍ୟ ଅନେକ ସ୍ଥାନରେ ଭୋଟ ବିଚ୍ୟୁତିର ଶିକାର ହୋଇଛି। ବିଜେଡିର ଏହି ଦାବି ବେଳକୁ ଆଜି ବିଜେପିରେ ଯୋଗ ଦେଇଥିବା ଅମର ପଟ୍ଟନାୟକ ବିଜେଡିରେ ଥିବା ସମୟରେ ଏହି ଭୋଟ ଅନିୟମିତତା ଦେଖି ନିର୍ବାଚନ କମିସନଙ୍କୁ ଜଣାଇଥିଲେ ବୋଲି ମଧ୍ୟ ଦାବି କରାଯାଇଛି।