EducationFeaturedLatestNews

ରାଜ୍ୟର ୧୦୦ ବିଇଓ ପଦବୀ ଖାଲି, ବିନା ମୁରବିରେ ଚାଲୁଛି ସ୍କୁଲ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପ୍ରଶାସନିକ କର୍ତ୍ତୃତ୍ୱ ନେଉଥିବା ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପଦବୀରେ ବହୁ ସ୍ଥାନ ଖାଲି ପଡିଛି। ଏହି ପରିସ୍ଥିତିରେ ଅନେକ ବ୍ଲକ୍ରେ ସ୍କୁଲଗୁଡ଼ିକ ବିନା ମୁଖ୍ୟ ଶିକ୍ଷକ (ମୁରବି) ରେ ଚାଲିଛି ବୋଲି ଜଣାପଡିଛି।

ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ ୧୦୦ ବିଇଓ ପଦବୀ ବର୍ତ୍ତମାନ ଖାଲି ରହିଛି।

ଏଥିରେ ମୟୁରଭଞ୍ଜ ଜିଲ୍ଲା ସର୍ବାଧିକ ୯ଟି ବ୍ଲକ୍ରେ ବିଇଓ ପଦବୀ ଖାଲି ଥିବା ଦେଖାଯାଇଛି। ଜଗତସିଂହପୁର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ୭ ଟି ଲେଖାଏଁ ବ୍ଲକ୍, ବାଲେଶ୍ୱର ଜିଲ୍ଲାର ୬ ଟି ବ୍ଲକ୍, ଅନୁଗୋଳ, କନ୍ଧମାଳ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ୫ ଟି ଲେଖାଏଁ ବ୍ଲକ୍ରେ ଏହି ପଦବୀ ଖାଲି ଅଛି।

ଏହାଛଡ଼ା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଭଦ୍ରକ ଜିଲ୍ଲାରେ ୪ ଟି ଲେଖାଏଁ ବ୍ଲକ୍; ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼ ଓ ସୋନପୁର ଜିଲ୍ଲାରେ ୩ ଟି ଲେଖାଏଁ ବ୍ଲକ୍; ବଲାଙ୍ଗିର, କଟକ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ ଟି ଲେଖାଏଁ ବ୍ଲକ୍ରେ ବିଇଓ ପଦବୀ ଖାଲି ରହିଛି। ବରଗଡ଼, ଦେବଗଡ଼ ଓ ଗଜପତି ଜିଲ୍ଲାରେ ମଧ୍ୟ ଗୋଟିଏ ଲେଖାଏଁ ବ୍ଲକ୍ରେ ଏହି ଅଭାବ ରହିଛି।