EducationFeaturedLatestNews

ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା, ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

କଟକ (ସଂକେତ ଟିଭି): ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଓଡ଼ିଶାର ମାଟ୍ରିକ୍ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ସୁଚନା ଦିଆଯାଇଛି ।

ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ଯାଏଁ ଅନୁଷ୍ଠିତ ହେବ । କେବଳ ଗଣିତ ବିଷୟର ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ । ଏହି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ ।

ଏଥର ପରୀକ୍ଷାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବସିବେ ବୋଲି ଆକଳନ କରାଯାଇଛି । ପରୀକ୍ଷାର ଦିନବିଭାଗ ହେଉଛି: ଫେବ୍ରୁଆରୀ ୧୯ ତାରିଖରେ ମାତୃଭାଷା, ୨୧ ତାରିଖରେ ଇଂରାଜୀ, ୨୩ ତାରିଖରେ ସଂସ୍କୃତ/ହିନ୍ଦୀ, ୨୫ ତାରିଖରେ ବିଜ୍ଞାନ, ୨୭ ତାରିଖରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ ।