FeaturedLatestNewsPolitics

ଭଦ୍ରକରେ ବିଜେଡି ବିଭାଜନ: ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ସହ ଅନେକ କର୍ମୀ ବିଜେପିରେ ସାମିଲ

ଭୁବନେଶ୍ବର (ସଂକେତ ଟିଭି): ଭଦ୍ରକ ଜିଲ୍ବାର ବିଜେଡି ଇକାଇରେ ଥିବା କନ୍ଦଳ ଓ ଅସ୍ଥିରତା ଶେଷରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନରେ ପରିଣତ ହେଲା । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ଭାଜପା ଦଳରେ ଯୋଗ ଦେଇଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନେ ଦଳରେ ସାମିଲ ହୋଇଥିଲେ । ଏହି ଘଟଣାକୁ ଏକ ବଡ଼ ରାଜନୈତିକ ଝଟକା ବୋଲି ବିବେଚନା କରାଯାଉଛି ।

ଏହି ସହିତ ଜିଲ୍ବାର ଅନେକ ସରପଞ୍ଚ ଏବଂ ବିଭିନ୍ନ ସମିତିର ସଭ୍ୟମାନେ ମଧ୍ୟ ଭାଜପା ଦଳରେ ଯୋଗ ଦେଇଛନ୍ତି ବୋଲି ରିପୋର୍ଟ ମିଳିଛି । ଏହା ଦଳର ସଂଗଠନକୁ ଶକ୍ତ କରିବ ବୋଲି ଭାଜପା ନେତୃତ୍ବ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ, ଘଷିପୁରା ବିଧାୟକ ଏବଂ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର ଏହି ଘଟଣାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରଫୁଲ୍ଲ ସାମଲ ଏଭଳି କାମ କରିବାର ଲୋକ ନୁହଁନ୍ତି । ତାଙ୍କ ପୁଅମାନେ ନିଜସ୍ୱ ସ୍ତରରେ ସେମିତି ନିଷ୍ପତ୍ତି ନେଇଥାଇ ପାରନ୍ତି ।

ପାତ୍ର ଆହୁରି ମଧ୍ୟ କହିଛନ୍ତି, “କିନ୍ତୁ ପ୍ରଫୁଲ୍ଲ ବାବୁ ଆଉ ଏହି ସ୍ଥିତିକୁ ନିୟନ୍ତ୍ରଣ କରି ପାରିବା ଭଳି ଲାଗୁନି ।” ଏହି ମତାମତରୁ ଜିଲ୍ବାର ବିଜେଡି ଇକାଇ ଭିତରେ ରହିଥିବା ମତଭେଦ ସ୍ପଷ୍ଟ ହେଉଛି । ଆଗାମୀ ଦିନଗୁଡ଼ିକରେ ଏହାର ରାଜନୈତିକ ପ୍ରଭାବ ସ୍ପଷ୍ଟ ହୋଇପାରେ ।