ଓଏସଏସଟିଇଟି ପରୀକ୍ଷା ଜାନୁଆରୀ ୨୦ରେ, ଆବେଦନ ଆଜିଠାରୁ
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଆସନ୍ତା ଜାନୁଆରୀ ମାସ ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛନ୍ତି ।
ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆଜି, ଡିସେମ୍ବର ୬ ତାରିଖଠାରୁ ଆରମ୍ଭ କରି ଡିସେମ୍ବର ୧୭ ତାରିଖ ଯାଏଁ ଅନଲାଇନରେ ଆବେଦନ କରିପାରିବେ । ଆବେଦନ ପାଇଁ ଏହି ସମୟ ସୀମା ନିର୍ଦ୍ଧାରିତ କରାଯାଇଛି ।
ଏଥିସହ, ପରୀକ୍ଷା ଆଡମିଟ୍ କାର୍ଡ ଜାନୁଆରୀ ୧୦ ତାରିଖରେ ବୋର୍ଡର ଅଫିସିଆଲ ୱେବସାଇଟରୁ ଡାଉନଲୋଡ୍ କରିହେବ ବୋଲି ସୂଚନା ଦିଆଯାଇଛି ।
ଓଏସଏସଟିଇଟି ପରୀକ୍ଷା ଦୁଇଟି ପେପରରେ ଅନୁଷ୍ଠିତ ହେବ । ପ୍ରଥମ ପେପର ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଦ୍ଵିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୪ଟା ଯାଏଁ ଚାଲିବ ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି ।
