ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ବିଜେପି ପାର୍ଟିର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ବର୍ତ୍ତମାନ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ପୃଷ୍ଠଭୂମିରେ ବୁଧବାର ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଛି।
ଏହି ବୈଠକରେ ବିଭିନ୍ନ ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହେବ। ପ୍ରଥମେ ବିଜେପିର ରାଜ୍ୟ ସଭାପତି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ, ଏବଂ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ସାଧାରଣ ସମ୍ପାଦକ, ଉପସଭାପତି ଓ ସମ୍ପାଦକମାନଙ୍କ ସହ ବିଏଲ ସନ୍ତୋଷଙ୍କର ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି।
ଏହାପରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ପାର୍ଟିର ୭ଟି ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ମଧ୍ୟ ବୈଠକ କରିବେ ବୋଲି ଜଣାଯାଇଛି। ଏହି ଆଲୋଚନାଗୁଡ଼ିକରେ ରାଜ୍ୟର ସଙ୍ଗଠନାତ୍ମକ କାର୍ଯ୍ୟ, ଆଗାମୀ ରାଜନୈତିକ ପରିସ୍ଥିତି ଓ ପାର୍ଟିର କାର୍ଯ୍ୟକ୍ରମ ଆଦି ବିଷୟରେ ମତବିନିମୟ ହେବ ବୋଲି ଆଶା କରାଯାଉଛି।
