CrimeFeaturedLatestNews

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର (ସଂକେତ ଟିଭି): ବ୍ରହ୍ମପୁର ଜିଲ୍ଲା ଏଡିଶନାଲ ସେସନ୍ସ ଜଜ୍-୩ କୋର୍ଟ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଖାରଜ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଅଛନ୍ତି ।

ଅନ୍ୟ ଯେଉଁ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି, ସେମାନେ ହେଲେ ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସ । ଏହି ସମସ୍ତେ ବ୍ରହ୍ମପୁର ଜେଲରେ ରହିଛନ୍ତି । ମାମଲାରେ ସରକାରୀ ପକ୍ଷରୁ ନିଯୁକ୍ତ ବିଶେଷ ପବ୍ଲିକ ପ୍ରସିକ୍ୟୁଟର କାଳିଚରଣ ମିଶ୍ର ଏବଂ ଅଭିନାଶ ପଢ଼ିଙ୍କ ଦାୟିତ୍ୱରେ ମକଦ୍ଦମା ପରିଚାଳନା କରାଯାଇଥିଲା ।

ଗତ ଅକ୍ଟୋବର ମାସ ୬ ତାରିଖ (କୁମାରପୂର୍ଣ୍ଣିମା ରାତି)ରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତଦନ୍ତରେ ଜଣାପଡିଥିଲା ଯେ ଅଭିଯୁକ୍ତ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନ ଏକ ବାଇକ୍ରେ ଆସି ପଣ୍ଡାଙ୍କ ଉପରେ ଗୁଳିଚାଳନା କରିଥିଲେ । ଏହି ଘଟଣାରେ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ଦାୟର ହୋଇଥିଲା ।

ପୋଲିସ ତଦନ୍ତ ପରେ ଏହି ମାମଲାରେ ୧୬ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ପୂର୍ବତନ ମେୟର ଶିବ ଶଙ୍କର ଦାଶ (ଓରଫ ପିଣ୍ଟୁ)ଙ୍କୁ ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ଜେଲରେ ରଖାଯାଇଛି । ବର୍ତ୍ତମାନ ପଞ୍ଚମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ମଧ୍ୟ ଜେଲରେ ରହିବେ ।