ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ: ଏସଟିଏ ନୂତନ ନିୟମ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବାୟୁ ପ୍ରଦୂଷଣ ବଢୁଥିବାରୁ କଡା ପଦକ୍ଷେପ ନେଉଛି ରାଜ୍ୟ ସରକାର। ଏଣିକି ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ କୌଣସି ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ।
ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ଏ ନିଷ୍ପତ୍ତି ନେଇ ସମସ୍ତ ତୈଳ ବିକ୍ରୟକାରୀ କମ୍ପାନୀକୁ ଚିଠି ଜାରି କରିଛି। ଚିଠିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ଦେଖାଇବା ପରେ ହିଁ ପମ୍ପରୁ ତେଲ ଦିଆଯିବ।
ଦିଲ୍ଲୀର ପରି ଓଡିଶାରେ ମଧ୍ୟ ଏହି ନିୟମ ଲାଗୁ ହେବାରେ ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡି ଉପରେ କଡା ଅଙ୍କୁଶ ପଡିବ। ଏହା ସହ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି।
