ବାଲେଶ୍ୱର ଜିଲ୍ଲା ସ୍ୱଦେଶୀ ମେଳା ଏବଂ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା–କୋଶମ୍ବ ଉଦଘାଟିତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସ୍ୱଦେଶୀ ମେଳା ଏବଂ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା–କୋଶମ୍ବ ଆଜି ଉଦଘାଟିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାପାଳ ଏହି ସଭାର ସଭାପତିତ୍ୱ କରିଥିଲେ।
ଉଦଘାଟନୀ ସଭାରେ ବିଧାୟକ ବାଲେଶ୍ୱର ଶ୍ରୀ ମାନସ କୁମାର ଦତ୍ତ, ବିଧାୟିକା ବସ୍ତା ଶ୍ରୀମତୀ ସୁଭାଷିନୀ ଜେନା, ବିଧାୟକ ନୀଳଗିରି ଶ୍ରୀ ସନ୍ତୋଷ କୁମାର ଖଟୁଆ, ବିଧାୟକ ଭୋଗରାଇ ଶ୍ରୀ ଗୌତମ ବୁଦ୍ଧ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଏବଂ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ପ୍ରଧାନ ବରେଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଓ ରାଜସ୍ୱ), ଉପ-ଜିଲ୍ଲାପାଳ ବାଲେଶ୍ୱର ଏବଂ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ମଧ୍ୟ ଏଥିରେ ଯୋଗଦେଇଥିଲେ। ସଭାରେ ବାଲେଶ୍ୱର ଜିଲ୍ଲାର ଐତିହାସିକ, ସାଂସ୍କୃତିକ ଓ ଔଦ୍ୟୋଗିକ ସଫଳତା ଏବଂ ଲଘୁ ଓ କ୍ଷୁଦ୍ର ବ୍ୟବସାୟର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ମେଳାରେ ସର୍ବମୋଟ ୪୦୦ଟି ଷ୍ଟଲ ସ୍ଥାପିତ ହୋଇଛି, ଯେଉଁଥିରେ କୃଷି ବିଭାଗର ୫୦ଟି ଷ୍ଟଲ ସାମିଲ ଅଛି। ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟପେୟ ଏହି ମେଳାକୁ ଆକର୍ଷଣୀୟ କରିଛି। ଏକ ନିଆରା ପୁସ୍ତକ ମେଳା ଏବଂ “ବାଲେଶ୍ୱର: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ନାମକ ଏକ ଫଟୋ ପ୍ରଦର୍ଶନୀ ମେଳାର ବିଶେଷ ଆକର୍ଷଣ। ପ୍ରତିଦିନ ସୁସଂଗଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ସହିତ ସାଂସ୍କୃତିକ ସଚେତନତା ପ୍ରଦାନ କରିବ।
