EducationFeaturedLatestNews

ସ୍କୁଲ ପିଲାଙ୍କୁ ମିଳିବ ମାଗଣାରେ ବସ୍ ସେବା, ପ୍ରସ୍ତାବକୁ ଅନୁମୋଦନ କଲେ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସମସ୍ତ ସ୍କୁଲ ପିଲାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସ୍କୁଲ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ପରିବହନ ବିଭାଗ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ସମ୍ବନ୍ଧରେ ବିଜ୍ଞପ୍ତି ମଧ୍ୟ ଜାରୀ କରିଛି ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍କୁଲ ପିଲାଙ୍କ ଡ୍ରପ୍ ଆଉଟ୍ ହାର କମ କରିବା । ଯୋଜନା ଅନୁଯାୟୀ ଉଭୟ ଏସି ଏବଂ ନନ୍-ଏସି ବସ୍ ସେବାରେ ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ । ବସ୍ ଯାତ୍ରା ସମୟରେ ସେମାନଙ୍କୁ ସ୍କୁଲ ୟୁନିଫର୍ମ ପିନ୍ଧିବା ସହ ନିଜର ଆଇ-କାର୍ଡ ସହିତ ରହିବାକୁ ହେବ ।

ବର୍ତ୍ତମାନ ଓଡିଶା ସଡ଼କ ପରିବହନ ସଂସ୍ଥା (OSRTC) ନିଜର ବସ୍ ରୁଟ୍ ଏବଂ ସମୟ ସାରଣୀରେ ସଂଶୋଧନ କରିବ । ସଂଶୋଧିତ ରୁଟ୍ ସବୁଠାରୁ ଅଧିକ ସ୍କୁଲ ଥିବା ରାସ୍ତାଗୁଡ଼ିକୁ ସାମିଲ କରିବାର ପରିକଳ୍ପନା ରହିଛି ।