FeaturedLatestNews

ବରିଷ୍ଠ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ବର :(ସଂକେତ ଟିଭି) ନୂଆ ବର୍ଷ ୨୦୨୪ର ପ୍ରଥମ ଦିନ ହିଁ ଓଡ଼ିଶା ସରକାର ରାଜ୍ୟ ପ୍ରଶାସନରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନର ସୁଚନା ଦେଲେ । ବରିଷ୍ଠ ପ୍ରଶାସନିକ ସ୍ତରରେ ଏହି ଅଦଳବଦଳ କରାଯାଇଛି ।

ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାରୁ ଖାଲି ପଡ଼ିଥିବା ଉନ୍ନୟନ ଆୟୁକ୍ତ ପଦବୀରେ ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ବରିଷ୍ଠ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାରଙ୍କ ବୋର୍ଡ ଅଫ୍ ରେଭେନ୍ୟୁର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ବିଭାଗୀୟ ସ୍ତରରେ ମଧ୍ୟ ପରିବର୍ତ୍ତନ ସାଧନ କରାଯାଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ସଚିବ ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜେଶ ପ୍ରଭାକର ପାଟିଲ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।

ଅନ୍ୟ କେତେକ ବିଭାଗରେ ଅତିରିକ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି । ଶୋଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିଭଳି ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଜିଲ୍ଲା ପ୍ରଶାସନରେ ମଧ୍ୟ ଦୁଇଟି ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି । ମଧୁମିତା ରଥ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।