EducationFeaturedLatestNews

ରାଜ୍ୟବ୍ୟାପୀ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ସୋମବାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଆବାହ କରିଥିଲା ‘ବନ୍ଦେ ମାତରମ୍’ର ପବିତ୍ର ସ୍ୱର। ସକାଳ ୧୧ଟା ସମୟରେ ସାରା ଓଡ଼ିଶାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷିକାମାନେ ଏକାଠି ହୋଇ ଦେଶପ୍ରେମର ଏହି ଅମର ସଙ୍ଗୀତ ଗାନ କରି ଅନୁଭୂତିକୁ ଇତିହାସ ସାଜିଲେ।

ଏହି ଆୟୋଜନ ହୋଇଥିଲା ବନ୍ଦେ ମାତରମ ସଙ୍ଗୀତର ୧୫୦ତମ ଶତବାର୍ଷିକୀ ପାଳନ ଉପଲକ୍ଷେ। ଏହି ଅବସରରେ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ଗାନ ଅନୁଷ୍ଠିତ ହେବା ସହ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରାଯାଇଥିଲା। ଏହି ଦିବସକୁ ଜାତୀୟ ଯୁବ ଦିବସ ଭାବରେ ମଧ୍ୟ ପାଳନ କରାଯାଇଥିଲା।

ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତୁତିମୂଳକ ନିର୍ଦ୍ଦେଶ ପ୍ରେରଣ କରାଯାଇଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନିମନ୍ତେ ଜୟପୁର, ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱର ମଣ୍ଡଳକେନ୍ଦ୍ରିତ କରି ବିଶେଷ ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା। ଏହି ପ୍ରସ୍ତୁତି ଫଳରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସଫଳତାର ସହ ପାଳିତ ହୋଇପାରିଥିଲା।