FeaturedLatestNews

ସୁଭଦ୍ରା ଟଙ୍କା ଆସିବା ତାରିଖ ପରିବର୍ତ୍ତନ: ୨୨ ତାରିଖରେ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର (ସଂକେତ ଟିଭି): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ୨୨ ଜାନୁଆରୀ ତାରିଖରେ ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା (ଟଙ୍କା) ହିତାଧିକାରୀଙ୍କ ଖାତାକୁ ପହଞ୍ଚିବ। ଏହାପୂର୍ବରୁ ଏହି ଟଙ୍କା ୧୮ ତାରିଖରେ ମିଳିବ ବୋଲି ଘୋଷଣା କରାଯାଇଥିଲା।

ଏଥିରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ଲାଭୁତା ଅନ୍ତର୍ଭୁକ୍ତ ହୋଇଛନ୍ତି। ନୂଆ ଲାଭୁତା ଭାବରେ ୧ ଲକ୍ଷ ୭୮ ହଜାର ୩୯୮ ଜଣ ସାମିଲ ହୋଇଛନ୍ତି। ଏହା ସହିତ ପୂର୍ବରୁ ପ୍ରଥମ କିମ୍ବା ଦ୍ୱିତୀୟ କିସ୍ତିରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ଲାଭୁତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଲାଭୁତାମାନେ ପୂର୍ବରୁ ଦୁଇ କିସ୍ତି ପାଇନଥିଲେ, ସେମାନେ ଏକାଠି ଦୁଇ କିସ୍ତିର ମୋଟ ୧୦,୦୦୦ ଟଙ୍କା ପାଇବେ। ଅଭିଯୋଗ ଶୁଣାଣି ପର୍ଯ୍ୟାୟ ପରେ ଅତିରିକ୍ତ ୨୪,୦୧୬ ଜଣ ଲାଭୁତାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି।

ଏସବୁ ମିଶି ଏଥର ମୋଟ ୨୫୦ କୋଟି ଟଙ୍କାର ଆର୍ଥିକ ସହାୟତା ସମ୍ପୃକ୍ତ ଲାଭୁତାଙ୍କ ବ୍ୟାଙ୍କ ଖାତାକୁ ପ୍ରେରିତ ହେବ।