ସାଧାରଣତନ୍ତ୍ର ଦିବସ: କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ
ଭୁବନେଶ୍ୱର (ସଂକେତ ଟିଭି): ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପତାକା ଉତ୍ତୋଳନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ରହିବେ ।
କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ପତାକା ଉତ୍ତୋଳନ କରିବେ । ଏହିପରି ବରଗଡ଼ରେ ମନ୍ତ୍ରୀ ରବି ନାୟକ, ରାୟଗଡ଼ାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କନ୍ଧମାଳରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ମାଲକାନଗିରିରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ରହିବେ ।
ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ । ଭଦ୍ରକରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କଳାହାଣ୍ଡିରେ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ନୟାଗଡ଼ରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମ୍ବଲପୁରରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବାଲେଶ୍ୱରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବୌଦ୍ଧରେ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ପତାକା ଉତ୍ତୋଳନ କରିବେ ।
ଏଥିସହିତ କେତେକ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆର୍ଡିସି ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କେନ୍ଦ୍ରାପଡ଼ାରେ କେନ୍ଦ୍ରାଞ୍ଚଳ ଆରଡିସି, ବ୍ରହ୍ମପୁରରେ ଉତ୍ତରାଞ୍ଚଳ ଆରଡିସି, ରାଉରକେଲାରେ ଦକ୍ଷିଣାଞ୍ଚଳ ଆର୍ଡିସି ପତାକା ଉତ୍ତୋଳନ କରିବେ । ଅନୁଗୋଳ, ବଲାଙ୍ଗୀର, ଦେଓଗଡ଼, ଝାରସୁଗୁଡ଼ା, ଯାଜପୁର ଓ ଜଗତସିଂହପୁରରେ ସମ୍ବନ୍ଧିତ ଜିଲ୍ଲାପାଳମାନେ ଏହି ଦାୟିତ୍ୱ ନିର୍ବାହ କରିବେ । ସେହିପରି ଛତ୍ରପୁରରେ ଗଞ୍ଜାମ ଜିଲ୍ଲାପାଳ ଏବଂ ପାରଳାଖେମୁଣ୍ଡିରେ ଗଜପତି ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ।
