FeaturedLatestNews

ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି ପାଇଁ ଅନୁରୋଧ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ମହାନଦୀ ବିବାଦର ଶେଷ ସମାଧାନ ହେବା ଜରୁରୀ । ଗଣତନ୍ତ୍ରରେ ଆଲୋଚନା ଓ କଥାବାର୍ତ୍ତା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇପାରେ । ଆନ୍ତର୍ମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିସାରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଟ୍ରିବ୍ୟୁନାଲରେ ଏହି ଜଳ ବିବାଦର ସମାଧାନ ସମୟସାପେକ୍ଷ କାମ । ରାଜ୍ୟ ସରକାର କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ଚାହୁଁଛନ୍ତି । ବିଧାନସଭାରେ ପୂର୍ବତନ ଜଳସଂପଦ ମନ୍ତ୍ରୀ ଦେଇଥିବା ଭୁଲ ତଥ୍ୟକୁ ଛତିଶଗଡ଼ ସରକାର ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ବୋଲି ମନ୍ତ୍ରୀ ପୂଜାରୀ ମତ ଦେଇଛନ୍ତି । ତେଣୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବୃଦ୍ଧି ପାଇଲେ ସମସ୍ତ ସମସ୍ୟାର ଦ୍ରୁତ ସମାଧାନ ମିଳିବ ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି ।