ଆପ୍ ଯୁବନେତା ଲକି ଓବରୟଙ୍କୁ ଗୁଳି କରି ହତ୍ୟା
ଚଣ୍ଡିଗଡ (ସଂକେତ ଟିଭି): ପଞ୍ଜାବର ଜଳନ୍ଧରସ୍ଥିତ ମଡେଲ ଟାଉନ ଅଞ୍ଚଳରେ ଶୁକ୍ରବାର ଦିନ ଆପ୍ ଦଳର ଯୁବ ନେତା ଲକି ଓବରୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏକ ଗୁରୁଦ୍ୱାର ସାମ୍ନାରେ ତାଙ୍କ କାର ପାର୍କିଂ କରିଥିବା ଅବସ୍ଥାରେ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ଆଖିବୁଜା ଗୁଳିମାର କରିଥିଲେ।
ଘଟଣାଟି ମଡେଲ ଟାଉନର ଗୁରୁଦ୍ୱାର ସାହିବ ନିକଟରେ ଘଟିଥିଲା। ଖବର ଅନୁଯାୟୀ, ଆକ୍ରମଣକାରୀମାନେ କିଛି ବୁଝାବୁଝି ନ କରି ସିଧାସଳଖ ଗୁଳି ଚଳାଇଥିଲେ। ଲକି ଓବରୟଙ୍କ ଶରୀରରେ ପ୍ରାୟ ୫ଟି ଗୁଳି ବାଜିଥିବା ଜଣାଯାଇଛି।
ଗୁଳିମାର ପରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟରେ ନିଆଯାଇଥିଲା, ଯେଉଁଠାରେ ଡାକ୍ତରଙ୍କ ଦ୍ୱାରା ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଆଖପାଖର ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରୁଛି।
ଲକି ଓବରୟ ମଡେଲ ଟାଉନ ଅଞ୍ଚଳରେ ଆପ୍ ଦଳର ସକ୍ରିୟ ଯୁବ ନେତା ଭାବରେ ଜଣାଶୁଣା ଥିଲେ ଏବଂ ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ତାଙ୍କ ହତ୍ୟା ପଛରେ ଥିବା କାରଣ ଏବଂ ଦୋଷୀ କିଏ ତାହା ନେଇ ପୋଲିସ ଯାଞ୍ଚ ଚଳାଇଛି।
CCTV: Punjab AAP leader Lucky Oberoi shot dead in his car in Jalandhar. pic.twitter.com/JWWwLxZn73
— Sandeep Panwar (@tweet_sandeep) February 6, 2026
