ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ୫.୨୫% ରେ ସ୍ଥିର
ମୁମ୍ବାଇ (ସଂକେତ ଟିଭି): ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଜି ଶୁକ୍ରବାର ରେପୋ ରେଟ୍ ବଦଳାଇ ନାହିଁ । ବ୍ୟାଙ୍କର ମୁଖ୍ୟ ନୀତି ହାର ପୂର୍ବଭଳି ୫.୨୫ ପ୍ରତିଶତରେ ଅଟକି ରହିବ । ଏହି ନିଷ୍ପତ୍ତି ଆରବିଆଇର ମନିଟାରି ପଲିସି କମିଟି (MPC)ର ବୈଠକରେ ନିଆଯାଇଥିଲା ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ରହିଥିବା ସତ୍ତ୍ୱେ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି । ମୁଖ୍ୟ ମୁଦ୍ରାସ୍ଫୀତି ସୀମା ୪ ପ୍ରତିଶତ ଆଖପାଖରେ ରହିଛି, ଯାହା ଦେଶ ପାଇଁ ଏକ ସୁସ୍ଥ ସଙ୍କେତ ।
ତାଙ୍କ ମତରେ, ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ ସକାରାତ୍ମକ ଅଛି ଏବଂ ଆଗାମୀ ବର୍ଷଗୁଡିକରେ ଜିଡିପି ବୃଦ୍ଧି ପ୍ରାୟ ୭.୪ ପ୍ରତିଶତ ରହିବାର ଆକଳନ କରାଯାଇଛି । ୨୦୨୬ ର କେନ୍ଦ୍ରୀୟ ବଜେଟରେ ଘୋଷିତ ବିକାଶମୂଳକ ପଦକ୍ଷେପଗୁଡିକ ଏହି ବୃଦ୍ଧିକୁ ସମର୍ଥନ କରିବ ।
ରେପୋ ରେଟ୍ ସ୍ଥିର ରହିବାର ଅର୍ଥ ହେଉଛି ବ୍ୟାଙ୍କ ଲୋନ୍ ଏବଂ EMI ଉପରେ କୌଣସି ତତ୍କାଳୀନ ପ୍ରଭାବ ପଡିବ ନାହିଁ । ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଋଣଗୁଡିକର ସୁଧ ହାର ବର୍ତ୍ତମାନ ସ୍ତରରେ ରହିବ ।
