ମୋତେ ଫସାଇ ଦିଆଯାଇଛି, ମୁଁ ନିର୍ଦ୍ଦୋଶ କହିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
ବ୍ରହ୍ମପୁର (ସଂକେତ ଟିଭି): ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ନିଜ ନିର୍ଦ୍ଦୋଷତା ଦାବି କରି ମୁହଁ ଖୋଲିଛନ୍ତି। ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଏମକେସିଜି ମେଡିକାଲ୍ କଲେଜ ଆସିବା ବେଳେ ସେ ଦାୟିତ୍ଵବାଦୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଏହି ବିବୃତି ଦେଇଛନ୍ତି।
ତାଙ୍କ କଥନ ଅନୁଯାୟୀ, “ମୁଁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ ଏବଂ ଅଯଥାରେ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଫସାଇ ଦିଆଯାଇଛି। ମୋତେ ଏବଂ ବିଜେଡିକୁ ବଦନାମ କରିବାକୁ ଏହି ଉଦ୍ୟମ ଚାଲିଛି। ଏସବୁ କେବଳ ରାଜନୈତିକ ଉଦ୍ଦେଶ୍ୟରେ କରାଯାଉଛି। ମୋତେ ଚାରି ମାସ ହେଲା ଜେଲରେ ରଖାଯାଇଛି ଏବଂ ବିଭିନ୍ନ ଅସୁବିଧା ସୃଷ୍ଟି କରାଯାଉଛି। ତଥାପି, ମୁଁ ନ୍ୟାୟପାଳିକା ଉପରେ ପୂର୍ଣ୍ଣ ଆସ୍ଥା ରଖୁଛି ଏବଂ ମୋର ନ୍ୟାୟ ମିଳିବ ବୋଲି ବିଶ୍ୱାସ କରୁଛି।”
ଉଲ୍ଲେଖନୀୟ ଯେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ବର୍ତ୍ତମାନ କାରାଗାରରେ ଅଛନ୍ତି। ଆଜି ତାଙ୍କୁ ଚିକିତ୍ସା ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏମକେସିଜି ଆସ୍ପତାଳ ନିଆଯାଇଥିଲା।
