EducationFeaturedLatestNews

ଆସନ୍ତା ୧୯ ଫେବୃଆରୀଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

କଟକ (ସଂକେତ ଟିଭି): ଚଳିତ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷାର ତାରିଖ ଘୋଷଣା ହୋଇସାରିଛି। ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଜଣାଇଛନ୍ତି ଯେ ପରୀକ୍ଷା ଆସନ୍ତା ୧୯ ଫେବୃଆରୀଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ।

ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହିସବୁ କେନ୍ଦ୍ର ସିସିଟିଭି ନଜରରେ ରଖାଯିବ। ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ୩୨୨ଟି ନୋଡାଲ ସେଣ୍ଟର ମଧ୍ୟ ସୃଷ୍ଟି କରାଯାଇଛି, ଯାହାକୁ ସିସିଟିଭି ମାଧ୍ୟମରେ ନିରନ୍ତର ନିରୀକ୍ଷଣ କରାଯିବ।

ବୋର୍ଡ ସଭାପତି ଜଣାଇଛନ୍ତି ଯେ ଚଳିତ ବର୍ଷ ମୋଟ ୫,୬୧,୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ବସିବେ। ପରୀକ୍ଷା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ଅଞ୍ଚଳ ଭିତରେ ଥିବା ଚାରିଟି ଜିଲ୍ଲାକୁ ପଠାଯିବ। ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।