ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ନେତା ମଦନ ଦଳେଇ ଏମ୍.କେ.ସି.ଜି. ରେ ଭର୍ତ୍ତି
ବ୍ରହ୍ମପୁର (ସଂକେତ ଟିଭି): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଚିକିତ୍ସା ପାଇଁ ଏମ୍.କେ.ସି.ଜି. ମେଡିକାଲକୁ ଆଣାଯାଇଛି। ତାଙ୍କ ପେଟରେ ଥିବା ଗଲ୍ବ୍ଲାଡର ଷ୍ଟୋନ୍ ଓ ପାଇଲ୍ସ୍ର ଚିକିତ୍ସା ପାଇଁ କୋର୍ଟଙ୍କ ଅନୁମତି ପରେ ମଙ୍ଗଳବାର ତାଙ୍କୁ ଏହି ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ, ଏହି ସମାନ ମାମଲାରେ ଗିରଫ ବିଜେଡି ନେତା ମଦନ ଦଳେଇଙ୍କୁ ମଧ୍ୟ ଚିକିତ୍ସା ପାଇଁ ଏମ୍.କେ.ସି.ଜି. ଆଣାଯାଇଛି। ତାଙ୍କ ଗୋଡ଼ରେ ପୂର୍ବରୁ ହୋଇଥିବା ଅସ୍ତ୍ରୋପଚାର ସ୍ଥଳେ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ଆସିବାକୁ କୁହାଯାଇଥିଲା। ମଦନଙ୍କୁ ଡାକ୍ତରଖାନାର ଅସ୍ଥି ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।
ଉଭୟ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟାଳୟ ଅନୁମତି କ୍ରମେ ଚିକିତ୍ସା ଅଧୀନରେ ରହିଛନ୍ତି।
