ନବୀନଙ୍କ ଜନ୍ମଦିନରେ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଗୁରୁବାର ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ଶ୍ରୀ ହରି ବାବୁ କାମ୍ଭମପତିଙ୍କ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁବାର ସକାଳେ ଶ୍ରୀ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ପ୍ରାର୍ଥନା କରୁଛି ଯେ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ।” ଏଥିସହ ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଏକ ବାର୍ତ୍ତା ମଧ୍ୟ ପୋଷ୍ଟ କରିଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟପାଳ ଶ୍ରୀ ହରି ବାବୁ କାମ୍ଭମପତି ମଧ୍ୟ ‘ଏକ୍ସ’ରେ ଜନ୍ମଦିନର ବାର୍ତ୍ତା ପୋଷ୍ଟ କରି ଶ୍ରୀ ପଟ୍ଟନାୟକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ଲେଖିଛନ୍ତି, “ମହାପ୍ରଭୂ ଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ।”
