FeaturedLatestNewsPolitics

ବିଜେପିରେ ଯୋଗଦେଲେ ବିଜେଡି ନେତା ଲମ୍ବୋଦର ନିଆଲ୍

ନୂଆପଡ଼ା (ସଂକେତ ଟିଭି): ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ୍ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। କାଲି ରାତିରେ ସେ ଛୁରିଆଙ୍କୁ ଶୁଭେଛା ଜଣାଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ପୂର୍ବତନ ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଲମ୍ବୋଦର ନିଆଲ୍ ବିଜେଡିର ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ପ୍ରାର୍ଥୀ ଅଟନ୍ତି।

ଗତ ନିବାଚନରେ ଲମ୍ବୋଦର ନିଆଲ୍ କଳାହାଣ୍ଡି ବିଜେଡି ସାଂସଦ ପ୍ରାର୍ଥୀ ଭାବରେ ଲଢ଼ିଥିଲେ। ସେହି ନିର୍ବାଚନରେ ସେ ୪,୧୦,୪୯୦ ଖଣ୍ଡ ଭୋଟ୍ ପାଇଥିଲେ।