FeaturedLatestNews

ଓଡ଼ିଶାରେ ଜାତୀୟ ଓବିସି କମିଶନର ଶୁଣାଣି, ନୂଆ ଜାତିଙ୍କ ହେବ ସମୀକ୍ଷା

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ଜାତୀୟ ଓବିସି (ଅନ୍ୟ ପଛୁଆ ବର୍ଗ) ଆୟୋଗ ଏକ ଗୁରୁତ୍ଵପୂର୍ଣ୍ଣ ଆପତ୍ତି ଓ ଅଭିଯୋଗ ଶୁଣାଣି ଆୟୋଜିତ କରିବେ । ଏଥିରେ କେଉଁ ଜାତିମାନଙ୍କୁ ନୂଆ କରି ଜାତୀୟ ପଛୁଆ ବର୍ଗ ତାଲିକାରେ ସାମିଲ କରାଯିବା ଉଚିତ୍, ସେହି ବିଷୟରେ ସମୀକ୍ଷା ହେବ ।

ଜାତୀୟ ଓବିସି କମିଶନର ସଦସ୍ୟମାନେ ଏହି ଉଦ୍ଦେଶ୍ୟରେ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଆସିବେ । ତାଙ୍କର କାର୍ଯ୍ୟସୂଚୀ ଅନୁଯାୟୀ, ୨୯ ଓ ୩୦ ଅକ୍ଟୋବର ତାରିଖରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମତାମତ ସଂଗ୍ରହ କରାଯିବ । ମୁଖ୍ୟ ଶୁଣାଣି ୨୯ ତାରିଖରେ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହେବ, ଯେଉଁଠାରେ ଓବିସି ବର୍ଗର ଲୋକେ ସିଧାସଳଖ ଉପସ୍ଥିତ ହୋଇ ନିଜ ଅଭିଯୋଗ ଓ ସମସ୍ୟାମାନ କମିଶନଙ୍କ ସମକ୍ଷରେ ଉପସ୍ଥାପନ କରିପାରିବେ ।

ଏହି ଶୁଣାଣି ପ୍ରକ୍ରିୟାକୁ ସୁଗମ କରିବା ପାଇଁ କମିଶନ ରାଜଧାନୀ ଭୁବନେଶ୍ୱର ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଶୁଣାଣି କ୍ୟାମ୍ପ ସ୍ଥାପନ କରିବେ । ଏଥିସହ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ରାଜ୍ୟର ସମସ୍ତ ଓବିସି ବର୍ଗଙ୍କୁ ଏହି ଶୁଣାଣିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।