FeaturedLatestNews

ଜାତୀୟ ଓବିସି କମିଶନରଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର (ସଂକେତ ଟିଭି): ଜାତୀୟ ଓବିସି କମିଶନର ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବର ପହଞ୍ଚିଛନ୍ତି। ରାଜ୍ୟରେ ପଛୁଆ ବର୍ଗଙ୍କ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ନେଇ ସେ ଏହି ଗସ୍ତ କରିଛନ୍ତି।

ତାଙ୍କ ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ହେବା ରାଜ୍ୟ ଅତିଥି ଭବନରେ ଜନଶୁଣାଣି। ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଓବିସି ବର୍ଗର ଲୋକେ ସେଠାରେ ଉପସ୍ଥିତ ହୋଇ ନିଜ ନିଜର ସମସ୍ୟା ଏବଂ ଅଭିଯୋଗ କମିଶନଙ୍କୁ ଜଣାଇପାରିବେ। କେଉଁ ସମସ୍ତ ଜାତିଙ୍କୁ ନୂଆ କରି ଜାତୀୟ ପଛୁଆ ବର୍ଗ ତାଲିକାରେ ସ୍ଥାନିତ କରାଯିବା ଦରକାର, ସେ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ।

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଓଡ଼ିଶାରେ ଯେଉଁ ଜାତିମାନେ ବର୍ତ୍ତମାନ ପଛୁଆ ବର୍ଗ ତାଲିକାରେ ନାହାନ୍ତି, ସେମାନଙ୍କୁ କିପରି ଏଥିରେ ସାମିଲ କରାଯିବ, ସେ ବିଷୟରେ ବିଭିନ୍ନ ଦିଗରୁ ତର୍କ କରି ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଏହି ସମ୍ପର୍କରେ ଯେଉଁ ରିପୋର୍ଟ ଦେବେ, ତାହା ଉପରେ ମଧ୍ୟ ବିଚାର କରାଯିବ।

ଭୁବନେଶ୍ବର ପହଞ୍ଚିବା ପରେ କମିଶନ ଅଧ୍ୟକ୍ଷ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଉଭୟ ବିଚାରବନ୍ତ ମଧ୍ୟରେ ଓବିସି ବର୍ଗ ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା କୁହାଯାଉଛି। ଏହାପରେ ତାଙ୍କର ରାଜ୍ୟପାଳଙ୍କ ସାକ୍ଷାତକାର ରହିଛି।