ମହିଳା ବିଶ୍ଵକପ୍ କ୍ରିକେଟ୍ : ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ
ମୁମ୍ବାଇ (ସଂକେତ ଟିଭି): ନଭି ମୁମ୍ବାଇର ଡି.ଡି.ବି. ପାଟିଲ ସ୍ପୋର୍ଟ୍ସ ଏକାଡେମିରେ ଗୁରୁବାର ଅନୁଷ୍ଠିତ ମହିଳା ବିଶ୍ଵକପ୍ ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଆସନ୍ତା ରବିବାର ହେବାକୁ ଥିବା ଫାଇନାଲ ଖେଳରେ ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୩୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରେ ଫୋବେ ଲିଚଫିଲ୍ଡ୍ ୧୧୯ ରନ କରିଥିବା ବେଳେ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବା ବେଳେ ବେଥ ମୁନି ୨୪ ରନ କରିଥିଲେ । ଭାରତୀୟ ବୋଲିଂରେ ଶ୍ରୀଚାରନି ଓ ଦିପ୍ତି ଶର୍ମା ଦୁଇଟି ଲେଖାଏଁ ଉଇକେଟ୍ ନେଇଥିଲେ ।
ଭାରତର ଏହି ବଡ଼ ବିଜୟର ନାୟିକା ଥିଲେ ଜେମିମା ରୋଡ୍ରିଗସ୍ । ସେ ଅପରାଜିତ ୧୨୭ ରନ କରି ଭାରତୀୟ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ହରମନପ୍ରୀତ କୌର ୮୯ ରନର ଏକ ଲଢ଼ୁଆ ଇନିଂସ୍ ଖେଳିଥିଲେ । ୩୩୯ ରନର ଏକ ବଡ଼ ଲକ୍ଷ୍ୟକୁ ଭାରତ ମାତ୍ର ୪୮.୩ ଓଭରରେ ହାସଲ କରିନେଇ ବିଜୟ ସୁନିଶ୍ଚିତ କରିଥିଲା । ଏହି ବିଜୟ ସହିତ ଭାରତ ମହିଳା କ୍ରିକେଟ ଇତିହାସରେ ଏକ ମହତ୍ତ୍ଵପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କଲା ।
