FeaturedLatestNews

ଶସ୍ତାରେ ଘର ଯୋଗାଇବେ ସରକାର, ବସ୍ତିବାସୀଙ୍କୁ ଅଗ୍ରାଧିକାର

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରକୁ ବସ୍ତି-ଶୂନ୍ୟ କରିବା ଲକ୍ଷ୍ୟରେ ସରକାର ଏକ ବଡ଼ ଯୋଜନା କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜଧାନୀରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବାକୁ ଏହି ଯୋଜନା ଗ୍ରହଣ କରାଯାଇଛି। ଏଣିକି ଆଉ ଜାଗା ନଥିବା ଅଭିଯୋଗକୁ ଧ୍ୱନିହୀନ କରିବା ସହିତ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବାକୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ଯୋଜନା ଅନୁଯାୟୀ, ରାଜଧାନୀରେ ଘରଗୁଡିକ ମାତ୍ର ୧୪ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟକୁ ଆଗେଇ ନେବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ରୂପେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦ଟି ଘର ନିର୍ମାଣ କରାଯାଇଛି, ଯାହାକି ଟୁ-ବିଏଚ୍କେ (BHK) ରହିଛି। ସରକାର ଲୋ-କଷ୍ଟ ହାଉସିଂ ପଦ୍ଧତି ଅବଲମ୍ବନ କରି ଏହି ଘରଗୁଡିକ ନିର୍ମାଣ କରୁଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରାଥମିକ ଭାବରେ ଏହି ଘରଗୁଡିକ ବସ୍ତିବାସିନ୍ଦାଙ୍କୁ ଦିଆଯିବ। ତା’ପରେ ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ। ବାକି ଘରଗୁଡିକ ପାଇଁ ମଧ୍ୟ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ଏହି ପାଇଲଟ୍ ପ୍ରୋଜେକ୍ଟ କେତେ ଫଳପ୍ରଦ ହେବ, ସେହି ଅନୁଯାୟୀ ଭବିଷ୍ୟତରେ ଏହି ଯୋଜନାର କାର୍ଯ୍ୟକ୍ଷେତ୍ର ବିସ୍ତାର କରାଯିବ ବୋଲି ସେ ଜଣାଇଛନ୍ତି।