ଗମ୍ଭୀର ଓ କୋହଲି-ରୋହିତ ସମ୍ପର୍କରେ ତିକ୍ତତା : ବିସିସିଆଇ ଡକାଇଲା ଜରୁରୀ ବୈଠକ
ନୂଆଦିଲ୍ଲୀ (ସଂକେତ ଟିଭି): ଏବେ କ୍ରିକେଟ୍କୁ ନେଇ ଯେତିକି ଉତ୍କଣ୍ଠା, ତାଠୁ ଅଧିକ ଚର୍ଚ୍ଚା ଗୌତମ ଗମ୍ଭୀରଙ୍କୁ ନେଇ। ଭାରତୀୟ କ୍ରିକେଟରେ ବରିଷ୍ଠ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ମତଭେଦ ଏକ ଦୀର୍ଘକାଳୀନ ପରମ୍ପରା। କିନ୍ତୁ ଏବେ ପୁଣିଥରେ ଏହି ଘଟଣାର ପୁନରାବୃତ୍ତି ଘଟିଛି। ପ୍ରଶିକ୍ଷକ ଏବଂ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ସମନ୍ୱୟର ଅଭାବ ଡ୍ରେସିଂ ରୁମରେ ଦେଖାଦେଇଛି।
ଇଣ୍ଡିଆନ କ୍ରିକେଟ୍ ଟିମର ରୋକୋ ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ କ୍ରିକେଟର ହୃଦୟ ଏବେ ବି ଖେଳର ଦୁଇ ମହାନ ତାରକା କୋହଲି ଏବଂ ରୋହିତଙ୍କ ପାଇଁ ଗର୍ବ ଅନୁଭବ କରେ। ତଥାପି ସେମାନଙ୍କ ଭବିଷ୍ୟତକୁ ନେଇ ସସପେନ୍ସ ଏବଂ ହେଡ୍ କୋଚ ଗୌତମ ଗମ୍ଭୀରଙ୍କ ସହ ସେମାନଙ୍କ ସମ୍ପର୍କକୁ ନେଇ ଚାଲିଥିବା ବିତର୍କକୁ ନେଇ ଟେନସନରେ BCCI।
ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଗମ୍ଭୀର, କୋହଲି ଏବଂ ରୋହିତଙ୍କ ମଧ୍ୟରେ ସମ୍ପର୍କ ଆଦୌ ସୌହାର୍ଦ୍ଦ୍ୟପୂର୍ଣ୍ଣ ନୁହେଁ, ଯାହା ଟିମ୍ ପରିବେଶକୁ ପ୍ରଭାବିତ କରୁଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହେଡ କୋଚ ଗୌତମ ଗମ୍ଭୀରଙ୍କ କୋହଲି ଏବଂ ରୋହିତଙ୍କ ସହ ସମ୍ପର୍କ ଆଉ ସେପରି ନାହିଁ, ଯେପରି ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସମୟରେ ଥିଲା।
ଦକ୍ଷିଣ ଆଫ୍ରିକା ଦିନିକିଆ ଆରମ୍ଭ ହେବା ମାତ୍ରେ କୋହଲି ଏବଂ ଗମ୍ଭୀରଙ୍କ ସମ୍ପର୍କ ଆଲୋଚନାର ବିଷୟ ହୋଇଗଲା। ରିପୋର୍ଟ ଅନୁଯାୟୀ, “ଅଷ୍ଟ୍ରେଲିଆ ସିରିଜ୍ ସମୟରେ, ରୋହିତ ଏବଂ ଅଗରକର ଆଦୌ ଯୋଗାଯୋଗ କରିନଥିଲେ। ସେବେଠାରୁ, କୋହଲି ଏବଂ ଗମ୍ଭୀର ମଧ୍ୟ ପରସ୍ପର ସହିତ ଅଧିକ କଥା ହୋଇନାହାଁନ୍ତି।”
ଦିନିକିଆ ଦଳ ଭିତରେ ଏଭଳି ଅପ୍ରୀତିକର ପରିବେଶ ବିଷୟରେ ରିପୋର୍ଟ ଦେଖି ବିସିସିଆଇ କ୍ଷୁବ୍ଧ। କୋହଲି ଏବଂ ରୋହିତଙ୍କ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଗମ୍ଭୀରଙ୍କୁ ଯେଉଁଭଳି ଆକ୍ରମଣ କରୁଛନ୍ତି, ତାହା ବିସିସିଆଇକୁ ଟେନସନରେ ପକାଇଛି।
ଏହି ପରିସ୍ଥିତିରେ ବିସିସିଆଇ ଜରୁରୀ ଏକ ବୈଠକ ଡାକିଛି। ଦ୍ୱିତୀୟ ଦିନିକିଆ ପୂର୍ବରୁ ହୋଇଥିବା ଏହି ବୈଠକରେ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉପସ୍ଥିତ ରହିବେ। ରିପୋର୍ଟ ଅନୁସାରେ, ବୈଠକରେ ବିସିସିଆଇ ସଚିବ ଦେବଜିତ ସୈକିଆ, ଯୁଗ୍ମ ସଚିବ ପ୍ରଭତେଜ ସିଂ ଭାଟିଆ, ଗମ୍ଭୀର ଏବଂ ଅଗରକର ଉପସ୍ଥିତ ରହିବେ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ ଦଳ କିପରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ। ଟେଷ୍ଟ ମୁକାବିଲାରେ ଦଳ ମଧ୍ୟରେ ଥିବା କିଛି ତ୍ରୁଟିକୁ ଏଥିରେ ସୁଧରାଯିବ। ସେହିପରି ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ବକପ୍ ଏବଂ ୨୦୨୭ର ଦିନିକିଆ ବିଶ୍ୱକପ୍ ବାବଦରେ ମଧ୍ୟ ବୈଠକରେ ଚର୍ଚ୍ଚା ହେବ।
