LatestNews

ବାଲେଶ୍ୱରରେ ଜିଲ୍ଲାପାଳ ଓ ପୋଲିସ୍ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ: ୧୬୨ ଅଭିଯୋଗ ଗ୍ରହଣ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏବଂ ପୋଲିସ୍ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ସମ୍ବିଧାନରେ ଏକ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୬୨ ଜଣ ଅଭିଯୋଗକାରୀ ସେମାନଙ୍କର ଦରଖାସ୍ତ ଉପସ୍ଥାପନ କରିଥିଲେ । ଗ୍ରହଣ କରାଯାଇଥିବା ଏହି ଅର୍ଜିଗୁଡ଼ିକ ମଧ୍ୟରେ ୧୪୫ଟି ବ୍ୟକ୍ତିଗତ, ୪ଟି ସାମୁହିକ, ୧୨ଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ଏବଂ ୧ଟି ରେଡ୍ କ୍ରସ ସହାୟତା ନିମନ୍ତେ ଥିଲା । ଉକ୍ତ ଅଧିବେଶନରେ ଅଧିକାରୀମାନେ ୨୧ଟି ଦରଖାସ୍ତର ଆଶୁ ସମାଧାନ କରିଥିଲେ ।

ଏହି ଜନଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ପ୍ରଭାତ କୁମାର ବେହେରା ଏବଂ ଉପଜିଲ୍ଲାପାଳ ଶିବ ମାଲବ୍ୟ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀଗଣ ଉପସ୍ଥିତ ଥିଲେ ।