ଇଲେକ୍ଟ୍ରିକ୍ ବାହନ ଖରିଦରେ ଏଯାଏଁ ୩୪୦ କୋଟି ସବସିଡି ପ୍ରଦାନ କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଇଲେକ୍ଟ୍ରିକ୍ ବାହନ ଖରିଦରେ ଏବେଯାଏଁ ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କା ସବସିଡି ପ୍ରଦାନ କରିସାରିଛନ୍ତି ବେଳେ ରାଜ୍ୟ ବିଧାନସଭାର ଶୀତ ଅଧିବେଶନର ସପ୍ତମ ଦିନ କଂଗ୍ରେସ ବିଧାୟକଙ୍କ ତୀବ୍ର ପ୍ରତିବାଦ ଓ ହଙ୍ଗାମାରେ କଳାକଳି ହୋଇଛି । ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏହି ସବସିଡି ସମ୍ପର୍କିତ ସୂଚନା ଦିଅନ୍ତେ ବିଧାନସଭାକୁ ଏକ ଲିଖିତ ଉତ୍ତରରେ ଦାଖଲ କରିଛନ୍ତି ।
ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ ଦେଖାଦେଇଥିଲା । ଗତକାଲି ପ୍ରାଇଭେଟ୍ ସଦସ୍ୟଙ୍କ ବିଲ୍ ଆଲୋଚନା ପାଇଁ ନିଆଯାଇ ନଥିବା ଦାବି କରି ସେମାନେ ଗୃହରେ ପ୍ରତିବାଦ ଜଣାଇଥିଲେ । ଆଜି ସପ୍ତମ ଦିନରେ ପ୍ରତିବାଦ ତୀବ୍ର ରୂପ ଧାରଣ କଲା । କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କଲେ, ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରବଳ ନାରାବାଜି କଲେ ଏବଂ ବାଚସ୍ପତିଙ୍କ ଇସ୍ତଫା ଦାବି କଲେ ।
କଂଗ୍ରେସ ଦଳ ବୈଷୟିକ, ମେଡିକାଲ୍, ବୃତ୍ତିଗତ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ କରିବା ପାଇଁ ଏକ ସଂକଳ୍ପ ପତ୍ର ଆଣିଥିଲା, ଯାହା ଉପରେ ଆଲୋଚନା ହୋଇନଥିବାରୁ ସେମାନେ ଏହି ପ୍ରତିବାଦ କରୁଛନ୍ତି ।
ସେହିସମୟରେ, ପରିବହନ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ଟି ଇଲେକ୍ଟ୍ରିକ୍ ବାହନ ରଜିଷ୍ଟରି ହୋଇଛି । ସରକାରୀ ବିଭାଗ ଓ ସଂସ୍ଥାମାନଙ୍କରେ ଏବେଯାଏଁ ୬୮୦ଟି ଇଭି ଗାଡ଼ି କ୍ରୟ କରାଯାଇଛି । ଏହି ଇଭି ଗାଡ଼ିମାନଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସରକାର ୧୨ଟି ଚାର୍ଜିଂ ସେଣ୍ଟର ପ୍ରତିଷ୍ଠା କରିଛନ୍ତି ।
ଏହି ପରିସ୍ଥିତିରେ ଗୃହର କାର୍ଯ୍ୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି ରହିଥିଲା ଏବଂ ପରେ କାର୍ଯ୍ୟକ୍ରମ ପୁନରାରମ୍ଭ ହୋଇଥିଲା ।
