ରାଜ୍ୟ ବାହାରେ ୩୯୫ ଏକର, ରାଜ୍ୟ ଭିତରେ ୬୦ ଏକର ଜଗନ୍ନାଥଙ୍କ ଜମି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ବାହାରେ ମଧ୍ୟ ରହିଛି ଶ୍ରୀଜଗନ୍ନାଥଙ୍କ ଜମି। ରାଜ୍ୟ ବାହାରର ଛଅଟି ପ୍ରଦେଶରେ ମୋଟ ୩୯୫ ଏକର ୨୫୨ ପରିମିତ ଜମି ଚିହ୍ନଟ କରାଯାଇଛି।
ଅନ୍ୟପକ୍ଷେ, ଓଡ଼ିଶାର ୨୪ଟି ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ୬୦ ଏକର ୪୨୬.୯୪୩ ପରିମିତ ଜମି ରହିଛି। ଏଥିରୁ ୩୮ ଏକର ୦୬୧.୭୯୨ ପରିମିତ ଜମିର ସଂଶୋଧିତ ସ୍ୱତ୍ତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। ବିଧାନ ସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
ଏହି ସଂପର୍କରେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ବେଆଇନ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମି ତଦନ୍ତ କରି ଚିହ୍ନଟ କରାଯାଉଛି। ରାଜ୍ୟର ୭ଟି ଜିଲ୍ଲାର ୧୬୯ ଏକର ୮୬୧୬୭ ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଉଚ୍ଛେଦ କରାଯାଇଥିବା ଦର୍ଶାଇ ଶ୍ରୀମନ୍ଦିର ଆଇନ ଅନୁଯାୟୀ ମୋଟ ୯୭୪ଟି ବେଆଇନ ଅବରୋଧ ମକଦ୍ଦମା ଦାୟର କରାଯାଇଛି।
