ସୁଭଦ୍ରା ଯୋଜନାରେ ୬ ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ
ଭୁବନେଶ୍ବର (ସଂକେତ ଟିଭି): ସୁଭଦ୍ରା ଯୋଜନା ଅନ୍ତର୍ଗତ ଲାଭ ପାଇବା ନିମନ୍ତେ ରାଜ୍ୟର ୬ ଲକ୍ଷ ୨୩ ହଜାର ୫୫୫ ଜଣ ହିତାଧିକାରୀଙ୍କ ଆବେଦନ ବର୍ତ୍ତମାନ ବିଚାରାଧୀନ ଅଛି ବୋଲି ସରକାର ତରଫରୁ ଜଣାଯାଇଛି ।
ରାଜ୍ୟ ବିଧାନ ସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ସେ ଯୋଜନା ଅନ୍ତର୍ଗତ ଅର୍ଥ ବଣ୍ଟନର ବିସ୍ତୃତ ବିବରଣୀ ଦର୍ଶାଇଛନ୍ତି ।
ସେହି ବିବରଣୀ ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାର ପ୍ରଥମ କିସ୍ତିରେ ୧ କୋଟି ୩ ଲକ୍ଷ ୫ ହଜାର ୯୪୧ ଜଣ, ଦ୍ୱିତୀୟ କିସ୍ତିରେ ୧ କୋଟି ୧୯ ଲକ୍ଷ ୨ ହଜାର ୭୨୪ ଜଣ ଏବଂ ତୃତୀୟ କିସ୍ତିରେ ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ହିତାଧିକାରୀ ଅର୍ଥ ସାହାଯ୍ୟ ପାଇସାରିଛନ୍ତି ।
