ବିଜେପିର ୭ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାମ ଘୋଷିତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଦଳର ୭ ମୋର୍ଚ୍ଚାର ସଭାପତି ଏବଂ କିଛି ଜିଲ୍ଲାର ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି।
ମୋର୍ଚ୍ଚା ସଭାପତିଙ୍କ ତାଲିକାରେ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ସଭାପତି ପଦବୀ ବଜାୟ ରଖିଛନ୍ତି। ସେହିପରି ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି ଭାବେ ଅବ୍ୟାହତ ରହିଛନ୍ତି। ନୂତନ ଭାବେ ଶୁଭ୍ରାଂଶୁ ମୋହନ ପାଢ଼ିଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକଙ୍କୁ ଓବିସି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକଙ୍କୁ ଏସସି ମୋର୍ଚ୍ଚା ସଭାପତି, କାନ୍ଦେରା ସୋରେନ୍ଙ୍କୁ ଏସଟି ମୋର୍ଚ୍ଚା ସଭାପତି ଏବଂ ଗୁରିନ୍ଦର ସିଂହଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷେ, କିଛି ଜିଲ୍ଲାର ପ୍ରଭାରୀ ମନୋନୀତ ହୋଇଛନ୍ତି। ଭବେନ୍ଦ୍ର ପଣ୍ଡା କୋରାପୁଟ ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି। ଗୋଲକ ପ୍ରସାଦ ମହାପାତ୍ର ଅନୁଗୁଳ, ଗୌତମ ରାୟ ବାଲେଶ୍ୱର, ଉମାକାନ୍ତ ମହାପାତ୍ର ବାଲେଶ୍ୱର (ଉତ୍ତର), ଇଂ ଜ୍ଞାନଦେବ ବେଉରା କଟକ ଏବଂ ସ୍ମୃତି ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଭାବେ ମନୋନୀତ ହୋଇଛନ୍ତି।
ଭାରତୀୟ ଜନତା ପାର୍ଟିର ମାନନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନିମ୍ନଲିଖିତ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। pic.twitter.com/F3J1rD6LZ4
— BJP Odisha (@BJP4Odisha) December 9, 2025
