FeaturedLatestNewsPolitics

ଆସାମ ନିର୍ବାଚନ ପ୍ରଭାରୀ ହେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରାପଡ଼ା ସାଂସଦ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ୨୦୨୫ ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଭାରୀ (ଇନ-ଚାର୍ଜ) ଭାବେ ନିଯୁକ୍ତ କରାଯାଇଛି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ଼ା ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଗତ ୨୦୨୧ ଆସାମ ବିଧାନସଭା ନିର୍ବାଚନରେ ମଧ୍ୟ ପଣ୍ଡା ଏହି ଦାୟିତ୍ୱ ତୁଲାଇ ଦଳକୁ ବିଜୟୀ କରାଇଥିଲେ, ଫଳରେ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଗଠିତ ହୋଇଥିଲା। ଏହି ସଫଳତା ପରେ ୨୦୨୪ରେ ଦିଲ୍ଲୀ ମୁନିସିପାଲ ନିର୍ବାଚନର ପ୍ରଭାରୀ ଦାୟିତ୍ୱ ମଧ୍ୟ ତାଙ୍କୁ ସମର୍ପିତ ହୋଇଥିଲା, ଯେଉଁଥିରେ ବିଜେପି ଦୀର୍ଘ ବର୍ଷ ପରେ ନୂଆଦିଲ୍ଲୀରେ କ୍ଷମତା ଫେରିପାଇଥିଲା।

ଦ୍ୱିତୀୟ ଥର ପାଇଁ ଆସାମ ନିର୍ବାଚନର ଦାୟିତ୍ୱ ପାଇବା ପଣ୍ଡାଙ୍କ ପାଇଁ ଏକ ବଡ଼ ଆହ୍ୱାନ ସଦୃଶ। ଏଥିରେ ସଫଳତା ପାଇଲେ ଦଳ ଭିତରେ ତାଙ୍କ ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ନିର୍ବାଚନୀ ରଣକ୍ଷେତ୍ରରେ ତାଙ୍କ ପୂର୍ବ ଅନୁଭବ ଓ ରଣନୀତିକ ଦକ୍ଷତା ଦଳ ପାଇଁ ଏକ ପ୍ରମୁଖ ଆଶା ଭରସା ବୋଲି ବିଶ୍ଳେଷକମାନେ କହୁଛନ୍ତି।