ନୂଆବର୍ଷରେ ଘନକୁହୁଡ଼ିରେ ଶୀତ ପ୍ରକୋପ: ୧୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ
ଭୁବନେଶ୍ବର (ସଂକେତ ଟିଭି): ପାଣିପାଗ ବିଭାଗ ଆଗାମୀ ନୂଆବର୍ଷ ଦିନ ଜାନୁଆରୀ ୧ ତାରିଖ ପାଇଁ ରାଜ୍ୟରେ ଘନକୁହୁଡ଼ି ଏବଂ ଶୀତ ପ୍ରକୋପ ବୃଦ୍ଧିର ସନ୍ଦେହ ପ୍ରକାଶ କରି ଏକ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବିଭାଗ ଅନୁସାରେ, ଜାନୁଆରୀ ୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ଘନକୁହୁଡ଼ି ଦେଖାଯାଇପାରେ ।
ଏଥିପାଇଁ ସୁନ୍ଦରଗଡ଼, କନ୍ଧମାଳ, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କଟକ, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସମେତ ମୋଟ ୧୦ଟି ଜିଲ୍ଲାକୁ ସତର୍କତା ସୂଚନା ଜାରି କରାଯାଇଛି ।
ଏହାପୂର୍ବରୁ, ବର୍ଷର ଶେଷଦିନ ୩୧ ଡିସେମ୍ବର ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାକୁ ଘନକୁହୁଡ଼ି ସତର୍କତା ଜାରି କରାଯାଇଥିଲା । ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ଥଣ୍ଡା ପ୍ରକୋପ ବଢ଼ିଥିବାର ପରିଲକ୍ଷିତ ହେଉଛି । ଶୁକ୍ରବାର ରାତିରେ ୧୫ଟି ସହରର ନ୍ୟୁନତମ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା । ଏଥିମଧ୍ୟରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି, ଯାହା ତୀବ୍ର ଶୀତଦିନ୍ଦର ସୂଚନା ଦେଉଛି ।
