“ମୋଦି ମୋ ଉପରେ ଖୁସି ନାହାନ୍ତି”: ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ
ୱାଶିଂଟନ(ସଂକେତ ଟିଭି) : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ଉଚ୍ଚ ଟାରିଫ ନୀତିକୁ ସମର୍ଥନ କରିଛନ୍ତି । ତାଙ୍କ ମତରେ, ଏହି ବାଣିଜ୍ୟିକ ଦଣ୍ଡ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେରିକା ପାଇଁ ଏକ ପ୍ରମୁଖ ରାଜସ୍ୱ ସୃଷ୍ଟିକାରୀ ବ୍ୟବସ୍ଥା । ଟ୍ରମ୍ପ ଦାବି କରିଛନ୍ତି ଯେ ଏହି ନୀତି ସହଯୋଗୀ ଓ ପ୍ରତିଦ୍ୱନ୍ଦ୍ୱୀ ଉଭୟଙ୍କ ସହିତ ଦୀର୍ଘକାଳୀନ ଆର୍ଥିକ ସନ୍ତୁଳନ ଆଣିବାରେ ସହାୟକ ହେଉଛି ।
ହାଉସ୍ ଜିଓପି ମେମ୍ବର ରିଟ୍ରିଟରେ ଦିଆଯାଇଥିବା ଭାଷଣରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଥିବା ବ୍ୟକ୍ତିଗତ ସମ୍ପର୍କକୁ ଉଲ୍ଲେଖ କରି ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ବହୁତ ଭଲ ସମ୍ପର୍କ ରହିଛି । କିନ୍ତୁ ସେ ମୋ ଉପରେ ଖୁସି ନାହାନ୍ତି, କାରଣ ଭାରତକୁ ଏବେ ଅଧିକ ଟାରିଫ ଦେବାକୁ ପଡୁଛି ।”
ଟ୍ରମ୍ପଙ୍କ ଅଭିଯୋଗ ଅନୁସାରେ, ୟୁକ୍ରେନ-ରୁଷ ଯୁଦ୍ଧ ଚାଲିଥିବା ସମୟରେ ଭାରତ ରୁଷଠାରୁ ତେଲ କିଣିବା ପ୍ରକ୍ରିୟା ଜାରି ରଖି ମସ୍କୋକୁ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏହି କାରଣରୁ ଆମେରିକା ଭାରତୀୟ ପଣ୍ୟଦ୍ରବ୍ୟ ଉପରେ ୫୦ ପ୍ରତିଶତ ଟାରିଫ ଆରୋପ କରିଛି । ଟ୍ରମ୍ପ ଇତିମଧ୍ୟରେ ଚେତାବନୀ ଦେଇଛନ୍ତି ଯେ ଭାରତ ଯଦି ରୁଷଠାରୁ ତେଲ ଆମଦାନୀ କମାଇବାକୁ ପ୍ରତ୍ୟାଖ୍ୟାନ କରେ, ତେବେ ଆମେରିକା ଆହୁରି କଡ଼ା ଟାରିଫ ଲଗାଇବ ।
ଏହି ପୃଷ୍ଠଭୂମିରେ ଟ୍ରମ୍ପଙ୍କ ନୂତନ ମନ୍ତବ୍ୟର ରାଜନୈତିକ ଗୁରୁତ୍ୱ ବଢିଛି । ସେ ଆହୁରି କହିଛନ୍ତି, “ଟ୍ରପ୍ରକୃତରେ ସେ (ମୋଦି) ମୋତେ ଖୁସି କରିବାକୁ ଚାହୁଁଥିଲେ । ମୋଦି ଜଣେ ବହୁତ ଭଲ ମଣିଷ । ସେ ଜାଣିଥିଲେ ମୁଁ ଅସନ୍ତୁଷ୍ଟ, ତେଣୁ ସେ ମୋତେ ଖୁସି କରିବାକୁ ଚାହୁଁଥିଲେ ।”
ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରୁ ଏହା ସ୍ପଷ୍ଟ ହୋଇଛି ଯେ ଟ୍ରମ୍ପଙ୍କ ଅସନ୍ତୋଷ ବିଷୟରେ ନୂଆଦିଲ୍ଲୀ ସଚେତନ ଏବଂ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ସ୍ଥିର ବାଣିଜ୍ୟିକ ସମ୍ପର୍କ ବଜାୟ ରଖିବାକୁ ଇଚ୍ଛା କରୁଛନ୍ତି । ତାଙ୍କର ଏହି ଦ୍ୱନ୍ଦ୍ୱପୂର୍ଣ୍ଣ ବକ୍ତବ୍ୟ ଭାରତ-ଆମେରିକା ସମ୍ପର୍କରେ ଥିବା ଜଟିଳତାକୁ ଆହୁରି ଅସ୍ପଷ୍ଟ କରିଦେଇଛି ।
VIDEO | Washington, USA: “I have a very good relationship with PM Modi, but he is not happy with me as India is paying high tariffs due to its purchase of Russian oil,” says US President Donald Trump.
— Press Trust of India (@PTI_News) January 6, 2026
(Source: Third Party)
(Full video available on PTI Videos –… pic.twitter.com/0wiQtakYkA
