EducationFeaturedLatestNews

ଅଙ୍ଗନଓ୍ବାଡି ଶିଶୁଙ୍କ ପୋଷାକ ଅନୁଦାନର ମୂଲ୍ୟ ବୃଦ୍ଧି

ଭୁବନେଶ୍ବର (ସଂକେତ ଟିଭି): ମାଳତୀ ଦେବୀ ପ୍ରାକ୍-ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ନାମଲେଖା କରିଥିବା ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଶୀତକାଳୀନ ସାମଗ୍ରୀର ମୂଲ୍ୟରେ ସଂଶୋଧନ କରାଯାଇଛି । କପଡ଼ା, ସିଲେଇ ଖର୍ଚ୍ଚ ଓ ପରିବହନ ବ୍ୟୟର ବୃଦ୍ଧି, ଏବଂ ପିଲାଙ୍କୁ ମିଳୁଥିବା ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏହି ମୂଲ୍ୟ ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି ।

ଅନୁମୋଦିତ ସଂଶୋଧନ ଅନୁଯାୟୀ, ପ୍ରତ୍ୟେକ ୟୁନିଟ୍ ପାଇଁ ନୂତନ ମୂଲ୍ୟ ହେଉଛି:

  • ବାଳକ ପାଇଁ ୟୁନିଫର୍ମ: ପୂର୍ବର ୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୭୫ ଟଙ୍କା ହେବ ।
  • ବାଳିକା ପାଇଁ ୟୁନିଫର୍ମ: ପୂର୍ବର ୧୫୦ ଟଙ୍କାରୁ ବୃଦ୍ଧି ପାଇ ୨୨୫ ଟଙ୍କା ହେବ ।
  • ଜୋତା ଓ ମୋଜା: ପୂର୍ବର ୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୫୦ ଟଙ୍କା ହେବ ।
  • ସ୍ୱେଟର: ପୂର୍ବର ୧୫୦ ଟଙ୍କାରୁ ବୃଦ୍ଧି ପାଇ ୨୦୦ ଟଙ୍କା ହେବ ।

ଏହି ସଂଶୋଧିତ ମୂଲ୍ୟ ରାଜ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏହା ଫଳରେ ରାଜ୍ୟର ସମୁଦାୟ ୭୪,୨୨୪ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ନାମଲେଖା କରିଥିବା ପ୍ରାୟ ୧୪.୭୬ ଲକ୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁ ଉପକୃତ ହେବେ । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଜଣାଇଛନ୍ତି ଯେ ଏହି ଅତିରିକ୍ତ ବ୍ୟୟଭାର ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ବହନ କରିବେ ।