ଶିକ୍ଷକଙ୍କ ଦାବି ପାଇଁ ପୁନଃଗଠିତ ହେଲା ୫ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି
ଭୁବନେଶ୍ୱର (ସଂକେତ ଟିଭି): ଶିକ୍ଷକ ଏବଂ ଅଧ୍ୟାପକଙ୍କ ବିଭିନ୍ନ ଦାବି ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟିକୁ ପୁନଃଗଠିତ କରିଛନ୍ତି । ଅବସରପ୍ରାପ୍ଚ IAS ଅଶୋକ ତ୍ରିପାଠୀଙ୍କୁ ଏହି କମିଟିର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦିଆଯାଇଛି ।
ଏହି କମିଟିରେ ସମୁଦାୟ ୫ ଜଣ ସଦସ୍ୟ ରହିଛନ୍ତି । ଅଧ୍ୟକ୍ଷ ଅଶୋକ ତ୍ରିପାଠୀଙ୍କ ସହ ଅବସରପ୍ରାପ୍ତ IAS ସୁଦର୍ଶନ ନାଏକ ଯୁଗ୍ମ-ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । କମିଟିର ଅନ୍ୟ ସଦସ୍ୟମାନେ ହେଲେ ସ୍ବତନ୍ତ୍ର ଶାସନ ସଚିବ ଶାନ୍ତନୁ ସାହୁ, ଅବସରପ୍ରାପ୍ତ OES ସନାତନ ପଣ୍ଡା ଏବଂ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ।
ଏହି ପୁନଃଗଠିତ କମିଟି ଶିକ୍ଷକ ସମ୍ମୁଖୀନ ସମସ୍ୟା ଏବଂ ସେମାନଙ୍କ ଦାବିସବୁ ଶ୍ରବଣ କରିବ । କମିଟିକୁ ନିଜ କାର୍ଯ୍ୟ ସମାପନ ପାଇଁ ୬ ମାସର ସମୟ ଦିଆଯାଇଛି । ଏହି ଅବଧି ମଧ୍ୟରେ କମିଟି ନିଜ ପରାମର୍ଶ ସହିତ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦାଖଲ କରିବ ।

