FeaturedLatestNews

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ଉଦଘାଟିତ

କଟକ (ସଂକେତ ଟିଭି): ରିଜର୍ଭ ପୋଲିସ ଗ୍ରାଉଣ୍ଡ, ବକ୍ସିବଜାରରେ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। କ୍ରାଇମ୍ ବ୍ରାଞ୍ଚର ଡି.ଜି. ବିନୟ ତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥାଇ ଏହି କ୍ରୀଡା ମହୋତ୍ସବର ଶୁଭାରମ୍ଭ କରିଥିଲେ।

ଏହି ଚାମ୍ପିୟନସିପ୍ରେ ସାରା ରାଜ୍ୟରୁ ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୩୬ଟି ପୋଲିସ ଦଳ ଅଂଶଗ୍ରହଣ କରିଛନ୍ତି। ମୋଟ ୫୦୨ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି, ଯାହାର ମଧ୍ୟରେ ୪୨୭ ଜଣ ପୁରୁଷ ଏବଂ ୭୫ ଜଣ ମହିଳା ଖେଳାଳି ଅଛନ୍ତି।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆସନ୍ତା ୧୦ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଡି.ଜି. ବିନୟ ତୋଷ ମିଶ୍ର କହିଥିଲେ ଯେ, ଏହି କ୍ରୀଡା ମାଧ୍ୟମରେ ଓଡିଶା ପୋଲିସର କର୍ମଚାରୀମାନେ ନିଜର ଶାରୀରିକ ଓ ମାନସିକ ଦକ୍ଷତାକୁ ପ୍ରଦର୍ଶନ କରିବାର ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇଥାନ୍ତି।