FeaturedGeneralLatestPolitics

କଂଗ୍ରେସ ଆଣିଲା ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ

ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ଜାତୀୟ କଂଗ୍ରେସ ଆଜି ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଣି ଏକ ବଡ଼ ରାଜନୈତିକ ମୋର୍ଚ୍ଚା ଖୋଲିଛି। ଦଳଟି ଲୋକସଭା ମହାସଚିବଙ୍କୁ ଏ ସମ୍ପର୍କିତ ନୋଟିସ୍ ପ୍ରଦାନ କରିଛି।

ଲୋକସଭାରେ ବର୍ତ୍ତମାନ ବଜେଟ୍ ଆଲୋଚନା ଜାରି ଥିବା ସତ୍ତ୍ୱେ, ବିରୋଧୀ ଦଳଙ୍କ ପାଟିତୁଣ୍ଡ ଯୋଗୁଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରୁନି। ଏହି ପୃଷ୍ଠଭୂମିରେ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳଗୁଡିକ ବାଚସ୍ପତିଙ୍କ ଉପରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ।

ଗୃହକାର୍ଯ୍ୟ ସୁଚାରୁ ରୂପେ ଚାଲିବା ପାଇଁ ସଂସଦୀୟ ବ୍ୟାବସାୟ ମନ୍ତ୍ରୀ କିରେନ୍ ରିଜିଜୁ ସମସ୍ତ ଦଳ ସହ ବୈଠକ କରିଥିଲେ ମଧ୍ୟ, କୌଣସି ସମାଧାନ ବାହାରି ପାରିନଥିଲା। ଏହି ଅଟକଣ ମଧ୍ୟରେ କଂଗ୍ରେସ ବାଚସ୍ପତିଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାରେ ସଫଳ ହେଲା।

ଖବର ଅନୁଯାୟୀ, କଂଗ୍ରେସର ନୋଟିସ୍ ପାଇବା ପରେ ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟ ପରିଚାଳନାରୁ ଦୂରେଇ ଯାଇଛନ୍ତି ଏବଂ ସେମାନେ ନିଜ ଆସନରେ ମଧ୍ୟ ଦେଖାଦେଇନାହାଁନ୍ତି।