FeaturedLatestNews

ରାସନ କାର୍ଡଧାରୀ ଖାଉଟିଙ୍କୁ ଚଳିତ ମାସ ମିଳିବ ଗହମ  

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଶୁଭଖବର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଘୋଷଣା କରିଛନ୍ତି ଯେ, ଚଳିତ ମାସରେ ରାସନ କାର୍ଡଧାରୀ ଖାଉଟିଙ୍କୁ ଗହମ ଯୋଗାଣ କରାଯିବ। ରାଜ୍ୟରେ ଉପଲବ୍ଧ ଗହମ ଶୀଘ୍ର ଖାଉଟିଙ୍କ ମଧ୍ୟରେ ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ପାତ୍ର କହିଛନ୍ତି, “ରାଜ୍ୟକୁ ଯେତିକି ଗହମ ମିଳିଛି, ତାହା ସମସ୍ତ ରାସନ କାର୍ଡଧାରୀଙ୍କୁ ଦ୍ରୁତଗତିରେ ବିତରଣ କରାଯିବ। କେନ୍ଦ୍ର ସରକାରଙ୍କଠାରୁ ଅଧିକ ଗହମ ମିଳିଲେ, ତାହା ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯିବ।”

ଏହାପୂର୍ବରୁ, ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ପାଇଁ ଗହମ ଯୋଗାଣ ବୃଦ୍ଧି କରିବାକୁ ଦାବି କରିଥିଲେ। ସେ କହିଛନ୍ତି ଯେ, ଲୋକଙ୍କ ଗହମ ଚାହିଦା ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଯୋଜନା ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି ମନେ କରାଯାଉଛି।