FeaturedLatestNews

ଭୁବନେଶ୍ୱର ସାଇକ୍ଲିଂ ଏବଂ ଏଡଭେଞ୍ଚର କ୍ଲବର ନୂତନ ପଦାଧିକାରୀ ନିର୍ବାଚିତ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ସାଇକ୍ଲିଂ ଏବଂ ଏଡଭେଞ୍ଚର କ୍ଲବ (BCAC) ଆଗାମୀ ତିନି ବର୍ଷ ପାଇଁ ନୂତନ ପଦାଧିକାରୀଙ୍କୁ ଚୟନ କରିଛି। ପୋଲିସ ଏଡିଜି ସଞ୍ଜୀବ ପଣ୍ଡା ପୁନର୍ବାର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଅବସରପ୍ରାପ୍ତ ଆଇପିଏସ ଅଫିସର ଲଳିତ ଦାସ ନୂତନ ଉପ-ସଭାପତି ଭାବରେ ଚୟନିତ ହୋଇଛନ୍ତି। ଅଜୟ କୁମାର ନନ୍ଦ ସଂପାଦକ ଏବଂ ଶିବାଶିଷ ମହାନ୍ତି କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନିର୍ବାଚନ ପ୍ରକ୍ରିୟା କୁମାର ଦେବଦତ୍ତଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ସହିତ ଆରମ୍ଭ ହୋଇଥିଲା। ୧୦ ସଦସ୍ୟବିଶିଷ୍ଟ କାର୍ଯ୍ୟକାରୀ ସମିତି (EC) ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ୧୩ ଜୁଲାଇ ୨୦୨୫ରେ ହୋଇଥିବା ନିର୍ବାଚନରେ ସଦସ୍ୟମାନେ ଶାରୀରିକ ଏବଂ ଇଲେକ୍ଟ୍ରୋନିକ୍ ଭୋଟ୍ ଦେଇଥିଲେ। ଗଣନା ପରେ ନିମ୍ନଲିଖିତ ୧୦ ଜଣ ସଦସ୍ୟ କାର୍ଯ୍ୟକାରୀ ସମିତିରେ ନିର୍ବାଚିତ ହୋଇଛନ୍ତି: ସେମାନେ ହେଲେ ଏସ୍. ମନୋଜ ପୃଷ୍ଠି, ନୀହାର ରଞ୍ଜନ ଗିରି, ସନ୍ତୋଷ କୁମାର ରାଉତ, ବିଶ୍ୱାସୀମା ମହାନ୍ତି, ମନସ୍ ରଞ୍ଜନ ଗୌଡା , ସୌମ୍ୟ ରଞ୍ଜନ ବିଶ୍ୱାଳ । ନିର୍ବାଚିତ କାର୍ଯ୍ୟକାରୀ ସମିତି ୧୩ ଜୁଲାଇରେ ଏକ ବୈଠକ କରି ପଦାଧିକାରୀଙ୍କୁ ଚୟନ କରିଥିଲେ।

ଭୁବନେଶ୍ୱର ସାଇକ୍ଲିଂ ଏବଂ ଏଡଭେଞ୍ଚର କ୍ଲବ ଓଡ଼ିଶାର ଏକ ପ୍ରମୁଖ କ୍ଲବ ଯାହା ବାର୍ଷିକ ଗୋଲ୍ଡେନ ଟ୍ରାଏଙ୍ଗଲ୍ ସାଇକ୍ଲିଂ ଚାମ୍ପିୟନସିପ୍ ଏବଂ ପୁରୀ ବିଚ ମ୍ୟାରାଥନ୍ ଆୟୋଜନ କରେ। ଏହା ବଡଧରଣର ସାଇକ୍ଲିଂ ଏକ୍ସପେଡିସନ୍ ମଧ୍ୟ ଆୟୋଜନ କରିଛି, ସେଗୁଡିକ ହେଲା: ମନାଲି-ଲେହ-ଖାର୍ଦୁଙ୍ଗଲା ସାଇକ୍ଲିଂ ଏକ୍ସପେଡିସନ୍ (୨୦୧୪, ୨୦୧୮, ୨୦୨୨), ଭୁବନେଶ୍ୱରରୁ ଭୁଟାନ ସାଇକ୍ଲିଂ ଏକ୍ସପେଡିସନ୍ (୨୦୧୫), କଟକରୁ କାଠମାଣ୍ଡୁ ସାଇକ୍ଲିଂ ଏକ୍ସପେଡିସନ୍ (୨୦୧୭), ଭିଏତନାମରୁ କାମ୍ବୋଡିଆ ସାଇକ୍ଲିଂ ଟୁର୍ (୨୦୧୬), ଶ୍ରୀଲଙ୍କା ସାଇକ୍ଲିଂ ଟୁର୍ (୨୦୧୯) । ସେହିପରି ସଦ୍ୟରେ କ୍ଲବ ସଦସ୍ୟମାନେ ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପ ଟ୍ରେକ୍ ସଫଳତାର ସହିତ ପୂରଣ କରିଛନ୍ତି।