FeaturedLatestNews

ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର (ସଂକେତ ଟିଭି): ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଆଗେଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ସିଆଇଡି-ସିବି) ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW&CW) ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଆଇଜି ଶ୍ରୀମତୀ ଏସ. ସାଇନିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ହେବ।

ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି, ଯାହାକୁ ଡିଏସପି ଇମାନ କଲ୍ୟାଣ ନାୟକ ନେତୃତ୍ୱ ଦେବେ। ସାଥିରେ ଇନ୍ସପେକ୍ଟର ପାଞ୍ଚାଲି ରାଉତ ମଧ୍ୟ ତଦନ୍ତରେ ସହାୟତା କରିବେ। ପୂର୍ବରୁ ସହଦେବଖୁଣ୍ଟା ପୋଲିସ ଏହି ମାମଲାର ତଦନ୍ତ କରୁଥିବାବେଳେ, ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହାର ଦାୟିତ୍ୱ ନେଇଛି।

ଗତ ୧୨ ତାରିଖ ମଧ୍ୟାହ୍ନରେ ବାଲେଶ୍ବରର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ଘଟଣା ସ୍ଥଳରୁ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ଚିକିତ୍ସା ସତ୍ତ୍ୱେ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ବାଲେଶ୍ବରର ଭୋଗରାଇ ଅଞ୍ଚଳରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।