ଆଉଟସୋର୍ସିଂ ନିଯୁକ୍ତିରେ ଲାଗିଲା କଟକଣା, ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ କଡ଼ା ନିୟମ ଆରମ୍ଭ କରିଛନ୍ତି। ଅର୍ଥ ବିଭାଗ ଏବେ ଆଉଟସୋର୍ସିଂ ନିଯୁକ୍ତି ପାଇଁ ପୂର୍ବାନୁମତି ବାଧ୍ୟତାମୂଳକ କରିଛି। ସମସ୍ତ ବିଭାଗକୁ ଏହି ନିୟମ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂତନ ଆଉଟସୋର୍ସିଂ ନିଯୁକ୍ତି ଆରମ୍ଭ କରିବା ପୂର୍ବରୁ ବିଭାଗଗୁଡ଼ିକୁ ଅର୍ଥ ବିଭାଗର ଔପଚାରିକ ଅନୁମତି ନେବାକୁ ପଡ଼ିବ। ଏଥିସହ ପୂର୍ବରୁ ଅନୁମୋଦିତ ପଦବୀଗୁଡ଼ିକର ନବୀକରଣ ପାଇଁ ମଧ୍ୟ ନୂତନ ଅନୁମତି ଆବଶ୍ୟକ ହେବ। ଚୁକ୍ତି ଅବଧି ଶେଷ ହେଲେ ପୁନର୍ବାର ଅନୁମୋଦନ ନେବାକୁ ପଡ଼ିବ।
ଅର୍ଥ ବିଭାଗ ଜଣାଇଛି ଯେ ପ୍ରାରମ୍ଭିକ ଅନୁମୋଦିତ ସଂଖ୍ୟାଠାରୁ ଅଧିକ କର୍ମଚାରୀ ନିଯୁକ୍ତି କରିବାକୁ ଗଲେ ଅତିରିକ୍ତ ଅନୁମତି ଆବଶ୍ୟକ। ଏହି ନିର୍ଦ୍ଦେଶ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ରହିଛି।
