FeaturedLatestNewsPolitics

ଉପରାଷ୍ଟ୍ରପତି ନିର୍ବାଚନରେ କଣ ହେବ ବିଜେଡିର ଷ୍ଟାଣ୍ଡ

ଭୁବନେଶ୍ଵର (ସଂକେତ ଟିଭି): ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ନିର୍ବାଚନ ଆୟୋଗ ସେପ୍ଟେମ୍ବର ୯ ତାରିଖରେ ନିର୍ବାଚନ ଆୟୋଜନ କରିଛନ୍ତି। ଫଳାଫଳ ସମାନ ଦିନ ଘୋଷଣା ହେବ। ଏହି ନିର୍ବାଚନକୁ ଲକ୍ଷ୍ୟ ରଖି ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବ୍ୟସ୍ତ ରହିଛନ୍ତି। ତା’ମଧ୍ୟରେ ବିଜେଡିକୁ ନେଇ ସବୁଠାରୁ ଅଧିକ କୌତୁହଳ ରହିଛି, କାରଣ ଏନଡିଏ କିମ୍ବା ବିରୋଧୀ ପକ୍ଷକୁ ସମର୍ଥନ ଦେବ କି ନାହିଁ ତାହା ନେଇ ଅନିଶ୍ଚିତତା ରହିଛି।

ବିଜେଡିର ବରିଷ୍ଠ ନେତାମାନେ କହିଛନ୍ତି ଯେ ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ବିଜେଡି ସାଂସଦ ପ୍ରମିଳା ମଲ୍ଲିକ କହିଛନ୍ତି, “ନବୀନ ବାବୁ ଯାହା ଉଚିତ ବିଚାରିବେ, ଆମେ ସେଇଥିରେ ସହମତ ହେବୁ।” ଅନ୍ୟ ଏକ ସାଂସଦ କହିଛନ୍ତି, “ଜାତୀୟ ସ୍ୱାର୍ଥ ଦୃଷ୍ଟିରେ ରଖି ଦଳ ନିଷ୍ପତ୍ତି ନେବ।”

ନିର୍ବାଚନ କମିସନ ଅନୁଯାୟୀ, ଅଗଷ୍ଟ ୭ରେ ବିଜ୍ଞପ୍ତି ଜାରି ହେବ। ଅଗଷ୍ଟ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ। ଭୋଟିଂ ସେପ୍ଟେମ୍ବର ୯ରେ ହେବ ଏବଂ ଫଳାଫଳ ସମାନ ଦିନ ଘୋଷିତ ହେବ। ଉପରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଗୃହର ସଦସ୍ୟମାନେ ଭୋଟ ଦେବେ। ବିଜୟୀ ପ୍ରାର୍ଥୀଙ୍କୁ ୩୯୧ ଭୋଟ ଆବଶ୍ୟକ ହେବ।

ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ କହିଛନ୍ତି ଯେ “ବିଜେଡି ଆମକୁ ସମର୍ଥନ ଦେବ ବୋଲି ଆଶା କରୁଛି। ସେହିଭଳି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ “ବିଜେଡିର ଷ୍ଟାଣ୍ଡ ସ୍ପଷ୍ଟ ନଥିବାରୁ ଏହା ଏକ ରହସ୍ୟ।