ହାତଗୋଡ଼ ବାନ୍ଧି ମଥାରେ ବନ୍ଧୁକ ଲଗାଇ ୫୦ ଲକ୍ଷ ଲୁଟ: ପୁଲିସର ନିଷ୍କ୍ରିୟତାକୁ ଚ୍ୟାଲେଞ୍ଜ
ବାଲେଶ୍ବର (ସଂକେତ ଟିଭି): ଗତକାଲି ରାତିରେ ସୋର ଥାନା ଅନ୍ତର୍ଗତ ଦହିସଡା ଗ୍ରାମର ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘରେ ୫ ଜଣ ଦୁର୍ବୃତ୍ତ ପଶିଥିଲେ। ଘର ପଛପଟ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ଏଥିସହ ମଥାରେ ବନ୍ଧୁକ ଲଗାଇ ଧମକ ଦେଇ ୫୦ ଲକ୍ଷ ମୂଲ୍ୟର ଗହଣା, ନଗଦ ଟଙ୍କା ଏବଂ ଦୁଇଟି ମୋବାଇଲ ଲୁଟି ନେଇଥିଲେ।
ଘଟଣା ଘଟିବାର ଖବର ମିଳିବାର ପରେ ମଧ୍ୟ ସୋର ପୁଲିସ ଦୁଇ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ପରିବାରକ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ, ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଲୋକଙ୍କ ମଧ୍ୟରେ ରାଜ୍ୟ ପ୍ରଶାସନ ପ୍ରତି ଅସନ୍ତୋଷ ବଢ଼ିଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନଠାରେ ଜଣେ ଦକ୍ଷ ଥାନାଧିକାରୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ସୋର ଥାନା ଅଧୀନରେ ଏପରି ଲୁଟ୍ ଘଟଣା ବାରମ୍ବାର ଘଟୁଥିବାରୁ ଲୋକେ ନିଜ ନିରାପତ୍ତା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ପୁଲିସ ପ୍ରଶାସନ ଏହି ଘଟଣାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।
