FeaturedLatestNews

୧୨ଟି ନୂତନ ଏନଏସି ଘୋଷଣା: ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର (ସଂକେତ ଟିଭି): ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୨ଟି ଅଞ୍ଚଳକୁ ନୂତନ ନୋଟିଫାଇଡ୍ ଏରିଆ କାଉନ୍ସିଲ୍ (NAC) ଘୋଷଣା କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି ।

ଯେଉଁ ଅଞ୍ଚଳଗୁଡ଼ିକୁ NAC ଭାବେ ଘୋଷଣା କରାଯାଇଛି, ସେଗୁଡ଼ିକ ହେଲା:

ଅନୁଗୋଳ ଜିଲ୍ଲାର ପାଳଲହଡ଼ା

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର

ବାଲେଶ୍ୱର ଜିଲ୍ଲାର ସିମୁଳିଆ ଏବଂ ବସ୍ତା

ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷୀ ଏବଂ ଚିତ୍ରଡା

ରାୟଗଡ଼ା ଜିଲ୍ଲାର ବିସମ କଟକ

ସମ୍ବଲପୁର ଜିଲ୍ଲାର ବାମରା ଏବଂ ରେଙ୍ଗାଲି

ଭଦ୍ରକ ଜିଲ୍ଲାର ତିହିଡ଼ି ଏବଂ ଧୂଷୁରୀ

ଏହି ନୂତନ NAC ଗୁଡ଼ିକର ଘୋଷଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ନଗର ଉନ୍ନୟନ ବିଭାଗ ଏହି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି ।