FeaturedLatestNewsPolitics

ନବୀନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (ସଂକେତ ଟିଭି): ବିରୋଧୀଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଆଜି ଅପରାହ୍ନ ୫ଟା ୧୫ ମିନିଟ୍‌ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଡିହାଇଡ୍ରେସନ୍‌ ଯୋଗୁ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିରନ୍ତର ନଜର ରଖାଯାଉଛି।

ଗତ କିଛି ଦିନ ପୂର୍ବେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କ ସ୍ୱାସ୍ଥ୍ୟ ଏବେ ମଧ୍ୟ ସ୍ଥିର ହୋଇନାହିଁ। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା, ଯଦିଓ ସେ ନିଜକୁ ସୁସ୍ଥ ବୋଲି ଦାବି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କ୍ରମାଗତ ଭାବେ ଜାରି ରହିଥିବା ଦେଖାଯାଉଛି।

୫ ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ପାଇଁ ଅନେକ ମୂଳଭୂତ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କ ଅସୁସ୍ଥତାର ଖବର ଶୁଣି ରାଜ୍ୟବାସୀ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ତାଙ୍କ ପରିବାର ଏବଂ ସମର୍ଥକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।